ଭଦ୍ରକ ଗାନ୍ଧୀ ପଡ଼ିଆ ସ୍ଥିତ ପାଢି ନର୍ସିଂ ହୋମ୍ ରେ ଅଭାବନୀୟ ଘଟଣା। ଗତ କାଲି ଅସୁରାଲି ଅଞ୍ଚଳ ରୁ ଦେବସ୍ମିତା ନାୟକ ଙ୍କୁ ପ୍ରସୂତୀ ପାଇଁ ଯନ୍ତ୍ରଣା ହେବାରୁ ନର୍ସିଂ ହୋମ୍ ରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରସୂତି ଙ୍କ ଅସହ୍ୟ ଯନ୍ତ୍ରଣା ହେବାରୁ ଡାକ୍ତର ମୁରଲୀ ପାଢି ସର୍ଜରୀ କରିଥଲେ। ସର୍ଜରୀ ପରେ ଏକ କନ୍ୟା ସନ୍ତାନ ଜନ୍ମ ହେଇଥିଲା। ପରେ ପ୍ରସୂତି ଙ୍କ ଅଧିକ ଯନ୍ତ୍ରଣା ହେବାରୁ ପୁଣି ଏକ ଇଞ୍ଜେକସନ ଦେଇଥିଲେ ଡାକ୍ତର। ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବାବେଳେ, ମେଡିକାଲ ପରିସର ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ସଂପର୍କୀୟ। ତେବେ ତାଙ୍କୁ ସଠିକ୍ ଚିକିତ୍ସା ହୋଇ ନ ଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now