ମା ବାଲି ହରଚଣ୍ଡୀ ପାଖରେ ଦୁଷ୍କର୍ମ;ସଞ୍ଜୟ ଦାସବର୍ମାଙ୍କ ସାମ୍ବାଦିକ ସମ୍ମିଳନୀ

ବିଜେଡି ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ସାମ୍ବାଦିକ ସମ୍ମିଳନୀ ।ନୂତନ ସରକାର ଆସିବା ପରେ ଆଜି ଯେଉଁଭଳି ଭାବେ ନାରୀ ନିର୍ଯାତନା ବଢିଛି। ଛାତ୍ରୀ ଅସୁରକ୍ଷିତ। କ୍ୟାମ୍ପସ ଅସୁରକ୍ଷିତ। ପ୍ରତ୍ୟେକ ସ୍ତରରେ ଅଶାନ୍ତ ପରିବେଶ। ଯେଉଁଥି ପାଇଁ ଟ୍ରମ୍ପ ପ୍ରଶାସନ ଓଡିଶା ପ୍ରଯ୍ୟଟକ ଙ୍କ ପାଇଁ ନାରୀ ଙ୍କ ପାଇଁ ଅସୁରକ୍ଷିତ ଘୋଷଣା କରିଛନ୍ତି।ବାଲେଶ୍ୱର ଓ ପୁରୀ ବଳଙ୍ଗା ଘଟଣା ପରେ ପରେ ଆଉ ଏକ ଭୟଙ୍କର ଖବର ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି।

ଦୁଇଦିନ ତଳେ ପୁରୀ ବ୍ରହ୍ମଗିରି
ମା ବାଲି ହରଚଣ୍ଡୀ ପାଖରେ ଦୁଷ୍କର୍ମ କରାଗଲା। ଗଣମାଧ୍ୟମରେ କିଛି ଖବର ଆସିଛି। ପରେ ଯଦି ଅନୁସନ୍ଧାନ କରାଯିବ ତାହେଲେ ସାରା ରାଜ୍ୟରେ ନାରୀ ଅସୁରକ୍ଷିତ। ବ୍ରହ୍ମଗିରି ରେ ଲୋକ ଲଜ୍ୟା ହୋଇଛି ତାକୁ କେବଳ ଅନୁସନ୍ଧାନ ନୁହେଁ ବରଂ ରାଜ୍ୟରେ କମ୍ପନ ସୃଷ୍ଟି କରିଛି। ପୀଡିତା ଗୁରୁତ୍ୱର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହୋଉଛନ୍ତି। ଜଣେ ଆସାମୀ ରାଜ୍ୟ ବାହାରେ ବୋଲି ଜଣାପଡିଛି। ଦୁଇ ଜଣକୁ ଥାନାରେ ଅଟକ ଥିବା ସୂଚନା ମିଳିଛି। ମହାପ୍ରଭୁ ଜଗନ୍ନାଥଙ୍କ ପୁରୀ କ୍ଷେତ୍ର ବିଶ୍ୱର ଆତ୍ମା। ସେହି ପୁରୀ ଜିଲ୍ଲା ବାଲିହରଚଣ୍ଡୀ ଆଜି ନିରାପଦ ନୁହଁ। ତେଣୁ ଲମ୍ବା ସମୟ ଧରି ଦାବି ହୋଇ ଆସୁଛି ପୋଲିସ ଆଉଟ ପୋଷ୍ଟ କରାଯାଉ ବୋଲି। ପୋଲିସଙ୍କ ପାଖରେ ଦାବି ଯେ ପୋଲିସ ଫାଣ୍ଡି ଗୋଟିଏ କରାଯାଉ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି, କେବଳ ପୁରୀ ଜିଲ୍ଲା ନୁହେଁ, ସାରା ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷିତ ରଖାଯାଉ। ସାରା ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟାପ୍ତ ପୋଲିସ ଯୋଗାଇ ଦିଆଯାଉ। ସରକାର ଯତ୍ନବାନ ହୁଅନ୍ତୁ। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେଉ ସେ ନେଇ ସରକାର ଧ୍ୟାନ ଦିଅନ୍ତୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *