ମଣ୍ଡିରେ ଧାନ କାଟକୁ ବନ୍ଦ କରିବା ପାଇଁ ଅନଶନରେ ବସିବେ ଅକ୍ଷୟ କୁମାର

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅନଶରେ ବସିବେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ ସଂଯୋଜକ ଅକ୍ଷୟ କୁମାର । ଉପକୂଳ ଓଡିଶାରେ ଏବେ ମଣ୍ଡିରେ ଧାନ କିଣାବିକା ଚାଲିଛି । ଏହି ଧାନ କିଣାରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସମବାୟ ସଂପାଦକ ମଣ୍ଡି ଦଲାଲ , ମିଲର ସମସ୍ତେ ମିଶି ଚାଷୀ ର ଅର୍ଥ ତୋଷରପାତ କରିବାକୁ ଲାଗିପଡିଛନ୍ତି । ଏହି ତୋଷରପାତର ବଡ ସୂତ୍ର ହେଉଛି ଧାନ ଟେଷ୍ଟିଂ କଲେ ମିଲର ଧାନ ଉଠେଇ ନାହିଁ । ଧାନ କାଟ ନଦେଲେ ମିଲର ଗାଡି ଫେରାଇ ନେବ । ସବୁଠାରୁ ବଡ କଥା ହେଉଛି ଚାଷୀମାନଙ୍କୁ ପ୍ରଭାବିତ କରିବାକୁ ମିଲରଙ୍କ ଲୋକ ସମବାୟ ସଂପାଦକ ଓ ସ୍ଥାନୀୟ ନେତାଙ୍କୁ ଲଗାଇଦେଇଛନ୍ତି । ଯେଉଁମାନେ ମିଲରଙ୍କ ସମର୍ଥକ ସେମାନେ କହୁଛନ୍ତି ଧାନ କୌଣସି ପ୍ରକାର ଉଠିଯାଉ । ଧାନ ଚୋରିର ସିଣ୍ଡିକେଟ୍ ଏତେ ସକ୍ରିୟ ଯେ , ସେମାନେ ଜନମତ ଏବଂ ଗଣମାଧ୍ୟମକୁ ମଧ୍ୟ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି ।ଯାହାଫଳରେ ଧାନ ଦୁର୍ନୀତି ଭଳି ବଡ଼ ଗମ୍ଭୀର ଦୁର୍ନୀତି ସାଧାରଣରେ ବିଶେଷ ଚର୍ଚ୍ଚା ଆଲୋଚନା ହେଉନି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *