ଦୀର୍ଘ ୭୩ ଦିନ ଧାରଣା ପରେ ବଡଦାଣ୍ଡର ଉଠାଦୋକାନୀ ସଙ୍ଘ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ରାସ୍ତା ରୋକ କରିଛନ୍ତି l ଥଇଥାନ ଦାବିରେ ବଡ଼ଦାଣ୍ଡ ରେ ଆରମ୍ଭ ହୋଇଥିଲା ପୁରୀରେ ଉଛେଦ ହୋଇଥିବା ଗରୀବ ଉଠା ଦୋକାନୀ ମାନଙ୍କର ଆମରଣ ଅନଶନ। ଦୁଇ ମାସ ଏଗାର ଦିନରେ ଉଠା ଦୋକନୀ ମାନଙ୍କ ଶାନ୍ତି ପୂର୍ଣ୍ଣ ଧାରଣାକୁ ନଜର ଦେଲାନି ପ୍ରଶାସନ । ଉର୍ଦ୍ଧ୍ବକାଳ ହେବ ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିଲେ ହଜାର ହଜାର ଗରୀବ ଉଠାଦୋକନୀ। ପ୍ରଶାସନ ସହ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲା ଯେ, ଦୁଇମାସ ମଧ୍ୟରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ଯଥା ଶ୍ରୀସେତୁ ନିକଟରେ ଭିତି ଭୂମିର ସ୍ଥାପନ କରାଯାଇ ସେଠାକୁ ସ୍ଥାନାନ୍ତର କରାଯିବ ଓ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ମାସିକ ଆର୍ଥିକ ସହାୟତ ପ୍ରଦାନ କରାଯିବ । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି କାର୍ଯ୍ୟ ହେଲାନାହିଁ ଓ ଆର୍ଥକ ସହାୟତା ମଧ୍ୟ ଦେଲେନାହିଁ । ଏହାର ପ୍ରତିବାଦରେ ସମସ୍ତ ଦୋକାନୀ ବଡ଼ଦାଣ୍ଡରେ ଧାରଣ ଦେବା ସହ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ପ୍ରଶାସନ ଦୋକାନୀ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଏକତା ଭଙ୍ଗ କରି ଚାଲିଛି। ବିଭିନ୍ନ ପ୍ରଲୋଭନ ଦେଖାଇ ଦୋକାନୀ ମାନଙ୍କ ଭିତରେ ଫାଟ ସୃଷ୍ଟି କରିବାରେ ପ୍ରଶାସନ ଲାଗିପଡ଼ିଛି ବୋଲି ଉଠା ଦୋକାନୀ କହିଛନ୍ତି ।ଏହି ଉଦାସୀନାତା ବିରୋଧରେ ସମସ୍ତ ଉଠା ଦୋକାନୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ନେଇ ସମୂହ ନିଷ୍ପତି ନେଇଛନ୍ତି l ଏବେ ୭୨ ଦିନ ହେବ ବଡ଼ଦାଣ୍ଡରେ ଶୀତ ବର୍ଷାରେ ଶହ ଶହ ଦୋକାନୀ ଧାରଣା ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ବେଆଇନ୍ ଭାବେ କିଛି ଲୋକଙ୍କୁ ଆର୍ଥିକ ସହାୟତା ଦେଇ ୬ ମାସରୁ ଉର୍ଦ୍ଧ ସମୟ ହେଲାଣି କୌଣସି ଆର୍ଥିକ ସହାୟତା ଦେଉନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now