ଆସନ୍ତା ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ବସିଥିଲା ସ୍ୱତନ୍ତ୍ର ବୈଠକ। ତେବେ ନିତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାରଫିଟିବ। ଦ୍ୱିପହର ଧୁପ ସରିବା ପରେ ପ୍ରାୟ ପାଞ୍ଚଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ। ତେବେ ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କରାଯିବ। ବିଶେଷକରି ଏହି ମରାମତି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ବ୍ଯବହାର କରି ମରାମତି କରାଯିବ। ଏହି ମରାମତି ସମୟରେ ଏସଓପିକୁ କଡାକଡି ପାଳନ କରାଯିବ ବୋଲି ଏଏସଆଇ ଡେପୁଟି କନଜରଭେଟର ଚିତ୍ତରଞ୍ଜନ ଦାସ କହିଛନ୍ତି । ସେପଟେ ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ଏଏସଆଇ ର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହି କାର୍ଯ୍ୟ କରିବେ l ରତ୍ନଭଣ୍ଡାର ମରାମତି କାର୍ଯ୍ୟ କୁଶୃଙ୍ଖଳିତ ଭାବେ ସମ୍ପାଦନ କରିବା ଲାଗି ଆଜି ଶ୍ରୀ ମନ୍ଦିର ଉପମୁଖ୍ୟ ପ୍ରଶାସକ ଙ୍କ ଅଧକ୍ଷତା ରେ ବୈଠକ ଶେଷହୋଇଛି ବୈଠକ ରେ ପୁରୀ ଏସ୍ପି, ଏସଆଇ ଅଧିକାରୀ ଏବଂ ଶ୍ରୀ ମନ୍ଦିର ନୀତି ପ୍ରଶାସକ ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସେବାୟତ ଉପସ୍ଥିତ ଥିଲେ l ରତ୍ନଭଣ୍ଡାର ମରାମତି ସମୟରେ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ବାହାର କାଠ ନିକଟରୁ କରାଯିବ l ଦ୍ୱାର ଫିଟା ଓ ପରବର୍ତୀ ନୀତିକାନ୍ତି ଙ୍କୁ ସଠିକ ସମୟରେ ସାରିବା ଲାଗି ବୈଠକ ଆଲୋଚନା କରାଯାଇଛି l ସେହିପରି ରତ୍ନ ଭଣ୍ଡାର ମରାମତି ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଆଦି କୁ ସୁଚାର ରୂପେ ସମ୍ପାଦନ କରିବା ଲାଗି ପୁରୀ ଏସ୍ପି ପ୍ରତିକ୍ରିୟା ରଖିଛନ୍ତି l ସୁରକ୍ଷା ବ୍ୟବସ୍ତା କଡାକଡି କରାଯିବା ସହ ଶ୍ରୀ ମନ୍ଦିର ଚାରି ଦ୍ଵାର ଏବଂ ରତ୍ନଭଣ୍ଡାର ବାହାରେ ପୋଲିସ ଅଧିକାରୀ ରହିବେ ଏବଂ ଭକ୍ତ ଙ୍କ ଦର୍ଶନ କୁ ଶୃଙ୍ଖଳିତ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି l
Naxatra News is now on Whatsapp
Join and get latest news update delivered to you via whatsapp
Join Now