ସ୍କୁଲ ରେ ରାତ୍ରିରେ ମଦ ପିଇବା ମହଙ୍ଗା ପଡିଲା । ନିଲମ୍ବିତ ହେଲେ ମଦ ପିଇଥିବା ପ୍ରଧାନ ଶିକ୍ଷକ। ବିଦ୍ୟାଳୟ ପବିତ୍ର ମନ୍ଦିର ହୋଇ ହାଇଥିବାବେଳେ ଏଠାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂଜକ ହୋଇ ଉତ୍ତମ ଶିକ୍ଷାଦାନ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଢି ତୋଳିଥାନ୍ତି । ହେଲେ ସେହି ପୂଜକ ଶିକ୍ଷକ ବିଦ୍ୟାଳୟର ପରିବେଶକୁ ସୁସ୍ଥ ରଖିବା ପରିବର୍ତ୍ତେ ପବିତ୍ର ମନ୍ଦିରରେ ମଦ୍ୟପାନ କରି କଳୁଷିତ କରୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଝାରସୁଗୁଡ଼ ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସନ୍ୟାସୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଶିକ୍ଷକମାନେ ସୋମବାର ରାତିରେ କାର୍ଯ୍ୟାଳୟ ଖୋଲି ମଦ ପିଉଥୂବାବେଳେ ବିଶେଷ ସୂତ୍ରରୁ ଖବରପାଇ ଗ୍ରାମର କେତେକ ଯୁବକମାନେ ବିଦ୍ୟାଳୟରେ ପହଁଞ୍ଚିଲେ। ଏହା ମୋବାଇଲରେ ଫଟୋ ଉଠାଇଥିଲେ। ମାତ୍ର ବାରଣ କରିବାରୁ ଭିଡ଼ିଓ ଉତ୍ତୋଳନ କରି ପାରିନଥିଲେ। ଯାହାକି ସାମାଜିକ ଗଣ ମଧ୍ୟମରେ ଭାଇରାଲ ହୋଇଥିଲା ମଦ ପିଉଥିବା ଫୋଟୋ। ଘଟଣା ଜଣାପଡିବା ପରେ ଗ୍ରାମବାସୀ ଏସମ୍ପର୍କରେ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାଇରାଲ ହେଉଥିବା ଫଟୋରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପଟେଲ, ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ଅନ୍ୟ ସ୍କୁଲ ର ଅନ୍ୟ 2 ଜଣ ଶିକ୍ଷକ ରହି ମଦ୍ୟପାନ କରୁଥିବା ସାମ୍ନାକୁ ଆସିଛି। ଏହି ଫଟୋ ଭାଇରାଲ୍ ହେଲାପରେ ଏହାକୁ ଶିକ୍ଷା ବିଭାଗ ଗୁରୁତର ଭାବେ ଗ୍ରହଣ କରି ମଙ୍ଗଳବାର ବିଆରସିସି ନିର୍ମଳା ଶତପଥୀଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ପହଁଞ୍ଚି ତଦନ୍ତ କରି ଫେରିଛି । ଏସମ୍ପର୍କରେ ଉକ୍ତ ଟିମ୍ ଏହାର ତଦନ୍ତ ରିପୋର୍ଟ ବିଇଓଙ୍କୁ ପ୍ରଦାନ କରିଛନ୍ତି। ଏହାର ବିଚାର କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନ ଶିକ୍ଷକ ଙ୍କୁ ଆଜି ନିଲମ୍ବିତ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now