ବସ୍ ଧକ୍କାରେ ଜଣେ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

ପୁଣି ଆଜି ଆଉଥରେ ଜିବନ ନେଲା ଜାତିୟ ରାଜପଥ। ଭୁବନେଶ୍ୱର ପୁରୀ 316 ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଯାଉଥିବା ଏକ ଲାଲ ରଙ୍ଗ ର ସ୍କୁଟି ଆକ୍ଟିଭା କୁ ପଛପଟୁ ଧକ୍କା ଦେଲା ସାରଳା ବସ… ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ରେ ଯାଉଥିବା ଦୁଇ ଜଣ ମହିଳା ଙ୍କ ଦୁର୍ଘଟଣା ସ୍ଥଳ ହିଁ ମୃତ୍ୟୁ ହୋଇଥିଲା ବେଳେ ପିପିଲି ପୋଲିସ ପହଂଚି ମୃତଦେହ କୁ ଜବତ କରିବା ସହ ଯାତାୟାତ ସ୍ୱାଭାବିକ କରିଛି! ସେପଟେ ମୃତ ଦୁଇ ମହିଳା ଙ୍କ ମଧ୍ୟରୁ ଜଣେ NEWS 7 ର ରିପୋର୍ଟର ସିଲା ପଟ୍ଟନାୟକ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି… କାହିଁକି ନା ଦୁର୍ଘଟଣା ସ୍ଥଳରୁ ହିଁ ତାଙ୍କର ID CARD ଟି ପୋଲିସ କୁ ମିଳିଥିବା ବେଳେ ଅନ୍ୟ ମୃତ ମହିଳା ଙ୍କ ପରିଚୟ ମିଳିପାରିନାହିଁ! ତେବେ ରାସ୍ତା ମଝିରେ ବାଲି ଗଦା ହୋଇ ରହିଥିବା ଯୋଗୁଁ ଆକ୍ଟିଭା ସ୍କୁଟି ଭାରସାମ୍ୟ ହରାଇବା ବେଳେ ପଛରୁ ଆସୁଥିବା ସାରଳା ବସ ତାଙ୍କ ଉପରେ ଚଢ଼ି ଘଟଣା ସ୍ଥଳରେ ଉଭୟ ଙ୍କ ମୃତ୍ୟ ହୋଇଥିଲା!ଏପଟେ ଦୃଘଟଣା ଘଟାଇ ଥିବା ଵସ ସମେତ ଡ୍ରାଇଭର ଓ ହେଲ୍ପର ଙ୍କୁ ଅଟକ ରଖିଛି ସାକ୍ଷୀଗୋପାଳ ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *