ଯୋଡ଼ା ବିଲେଇପଦା ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ ଲିମିଟେଡ ର ଠିକା ସଂସ୍ଥା ଲଜିଷ୍ଟିକ୍ ସଲ୍ୟୁସନ୍ ବିରୁଦ୍ଧରେ ଗ୍ରାମବାସୀଙ୍କ ଆନ୍ଦୋଳନ । ନିଯୁକ୍ତି ଏବଂ ରେଲୱେ ସାଇଡ଼ିଂର ବିଭିନ୍ନ କାର୍ଯ୍ୟ ଗ୍ରାମ୍ୟ କମିଟି ଦ୍ଵାରା କରାଯିବାକୁ ଦାବି କରି କାଳିଆବେଡ଼ା ଏବଂ ଭାଗଲପୁର ଗ୍ରାମବାସୀ ରେଲୱେ ସାଇଡିଂ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନୀ ଚାଷ ଜମି ଦଖଲ କରି କାରଖାନା ପ୍ରତିଷ୍ଠା କରିବା ହେତୁ ଏଠାକାର ଅଧିକାଂଶ ଆଦିବାସୀ ନିଜର ବେଉଷା ହରାଇଛନ୍ତି । ଯେଉଁ ଅଳ୍ପ କିଛି ଚାଷ ଜମି ଅଛି ସେଥିରେ କାରଖାନା ଓ ରେଲୱେ ସାଇଡିଂରୁ ନିର୍ଗତ ଦୂଷିତ ଜଳ ମାଡୁଥିବାରୁ ତାହା ଚାଷ ଉପଯୋଗୀ ହୋଇ ପାରୁନାହିଁ । ଏଠାକାର ଆଦିବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ ସୁଦ୍ଧା କମ୍ପାନୀ କୋଣସି ଦୃଷ୍ଟି ଦେଉନାହିଁ । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତେ କିପରି ରୋଜଗାରକ୍ଷମ ହୋଇପାରିବେ ତଥା ପରିବାର ପ୍ରତିପୋଷଣ କରି ଅର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ହୋଇପାରିବେ ସେଥିପାଈଁ ଏହି ସାଇଡିଂରେ କାମ କରୁଥିବା ଠିକା ସଂସ୍ଥା ଲଜିଷ୍ଟିକ୍ ସଲ୍ୟୁସନ୍ ଅଧୀନରେ ଥିବା ବିଭିନ୍ନ ପେଟି କାମ ଗ୍ରାମ୍ୟ କମିଟି ଦ୍ଵାରା କରାଯିବାକୁ ଦାବି କରିଛନ୍ତି । ଏହା ପୂର୍ବରୁ ଚିଠି ମାଧ୍ୟମରେ ଠିକା ସଂସ୍ଥା ମୁଖ୍ୟଙ୍କୁ ଆଲୋଚନା ପାଇଁ ନିବେଦନ କରିଥିଲେ। କିନ୍ତୁ ଠିକା ସଂସ୍ଥା ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ । ସେଥିପାଇଁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ଗ୍ରାମବାସୀ । ସେପଟେ ଟାଟା ଷ୍ଟିଲ ଅଧିକାରୀ କହିଛନ୍ତି ଯେ, ୯୯ ପ୍ରତିଶତ ସ୍ଥାନୀୟ ଲୋକ ଏଠାରେ କାମ କରୁଛନ୍ତି । ଅନ୍ୟ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କୁ ଡାକି ଆଲୋଚନା କରାଯିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now