ଇନଷ୍ଟାଗ୍ରାମରୁ ପ୍ରେମ ପରେ ଶାରୀରିକ ସମ୍ପର୍କ ତାପରେ ଧୋକା

ଇନଷ୍ଟାଗ୍ରାମରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ତା ପରେ ଧୋକା। ଧୋକା ଖାଇ ମାସେ ହେଲା ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରତାରିତା ପ୍ରେମିକା। ଏକା ଜିଦ ସଂସାର କରିବି ତ ସେହି ଧୋକେବାଜ ପ୍ରେମିକ ସହ ନଚେତ ଆତ୍ମହତ୍ୟା କରି ଜୀବନ ହାରିବି। ହଁ ଆଜ୍ଞା ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରୟାଗି ଗ୍ରାମରେ । ଇଏ ହେଉଛନ୍ତି ସେହି ପ୍ରତାରିତା ପ୍ରେମିକା ମମତା ପ୍ରଧାନ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଠାଣିକୁଦା ଗ୍ରାମ । ହାଇଦ୍ରାବାଦର ଏକ ଘୋରେଇ କମ୍ପାନୀରେ ଭଲ ଦରମାରେ ଚାକିରୀ କରୁଥିଲେ ଦିନେ ମମତା ଦିନେ ଇନଷ୍ଟାଗ୍ରାମରୁରେ ଭେଟ ହୁଏ ପ୍ରୟାଗି ଅଞ୍ଚଳର ଯୁବକ ସମୀର ତରାଇଙ୍କ ସହ ଚାଟିଂ କରୁ କରୁ ବନ୍ଧୁତା ସୃଷ୍ଟି ହୁଏ ଏବଂ ବନ୍ଧୁତା ପ୍ରେମରେ ପରିଣତ ହୁଏ। ସମୀର ମଧ୍ୟ ପୁନେରେ ଏକ ଘୋରଇ କମ୍ପାନୀରେ କାମ କରୁଥିବା ବେଳେ କିଛି ଦିନ ପୁନେରେ ଉଭୟ ଲିଭିଙ୍ଗ ରିଲେସନରେ ରହୁଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ଧୋକେବାଜ ପ୍ରେମିକ ଆଉ ସେହି ଦିନ ଠାରୁ ନ୍ୟାୟ ପାଇବା ପାଇଁ ପ୍ରେମିକ ସମୀରଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି

ଅନ୍ୟପଟେ ଏନେଇ ପୁଅ ଙ୍କ ଘର ଲୋକ ରମ୍ଭା ଥାନାର ଦ୍ୱାରସ୍ଥ ହୋଇଥିଲେ l ରମ୍ଭା ଥାନା ପୋଲିସ ଓ ସଖି ୱାନ ଷ୍ଟପ ସେଣ୍ଟରର ଲିଗାଲ ଆସିଷ୍ଟାଣ୍ଟ ଓ ମେଡ଼ିକାଲ ଇନଚାର୍ଜ ପହଞ୍ଚି ଘଟଣାର ବିଭିନ୍ନ ଦିଗ ପ୍ରତି କାଉନସେଲିଙ୍ଗ କରୁଛନ୍ତି l ଝିଅ ଜଣକ ଧାରଣାରେ ଏକ ମାସ ଧରି ସେ ବସି ରହିଥିବା ବେଳେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉନଥିବା ସହ ତାଙ୍କ ଖାଇବା ପିଇବା ଆଦି ଦିଗରେ ଯତ୍ନ ନିଆଯାଉଥିବା କହିଛନ୍ତି ପୁଅ ର ଭାଉଜ l ପୁଅ ଘରକୁ ଗ୍ରାମ ବାସି ଙ୍କ ଦ୍ୱାରା ସାମାଜିକ ବାସନ୍ଦ କରାଯାଉଛି l ଯାହା ଦ୍ୱାରା ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ପୁଅ ର ଭାଉଜ କହିଛନ୍ତି l ସେପଟେ ସଖି ୱାନ ଷ୍ଟପ ସେଣ୍ଟର ରୁ ଆସିଥିବା ଅଧିକାରୀ ମାନେ ଘଟଣାର ସମାଧାନ ପାଇଁ ଦୁହିଁଙ୍କୁ ନେଇ କାଉନସେଲିଙ୍ଗ କରାଯାଉଛି, ଉଭୟକୁ ଥାନାକୁ ନେଇ ସମାଧାନ କରାଯିବ ବୋଲି କହିଛନ୍ତି ୱାନ ଷ୍ଟପ ସେଣ୍ଟର ର ଲିଗାଲ ଆସିଷ୍ଟାଣ୍ଟ ସ୍ନେହମୟୀ ପାଢ଼ୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *