ଯୋଡାଆମ୍ବ ହସ୍ପିଟାଲ ଭିତରେ ପଶିଲା ୪ ଫୁଟ ର ବର୍ଷା ପାଣି

ବର୍ଷା ଯୋଗୁଁ ଯୋଡ଼ାଆମ୍ବ ହସ୍ପିଟାଲ ଭିତରେ ପଶିଲା ପାଣି । ଚିକିତ୍ସା ବାଧା ପ୍ରାପ୍ତ ହୋଇଥିବା ବେଳେ ହସ୍ପିଟାଲର ପାଣି ନିଷ୍କାସନ କରୁଛନ୍ତି ଡାକ୍ତର ଓ କର୍ମଚାରୀ ମାନେ। ମାଁ ଗୃହ ମଧ୍ୟରେ ବି ପାଣି ପଶିଯାଇଛି।ହସ୍ପିଟାଲଟି ତଳିଆ ଅଞ୍ଚଳରେ ଥିବା ଯୋଗୁଁ ଅଧିକ ବର୍ଷା ହେଲେ ଭିତରେ ପାଣି ପଶି ଯାଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ ବର୍ଷ ବର୍ଷା ଦିନରେ ଏହି ମେଡିକାଲ ଭିତରେ ବାରମ୍ବାର ପାଣି ପଶୁଥିଲେ ମଧ୍ୟ ପ୍ରଶାସନ ତରଫରୁ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଇନି। ବାରମ୍ବାର ଏହି ମେଡିକାଲ ରେ ପାଣି ପଶି ଔଷଧ ପତ୍ର ସହ ମେଡିକାଲ ର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହେଉଥିଲେ ବି  ନିଦା ବିଷ୍ଣୁ ସାଜି ପ୍ରଶାସନ ବସି ରହିଛି । ଯୋଡଆମ୍ବ ଠାରେ ମେଡିକାଲ ହେବା ପରଠାରୁ ପ୍ରତ୍ୟକ ବର୍ଷ ଏଭଳି ଘଟଣା ଦେଖିବାକୁ ମିଳୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *