ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍

Spread the love

ନିଲମ୍ବିତ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଫାଣ୍ଡିର ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସର ଚଢ଼ାଉ I ଏକ ମାସ ତଳେ ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ସେ ଜେଲ୍ ଯାଇଥିଲେ । ଜାମିନ୍ ପାଇବା ପରେ ପୋଲିସ୍ ହେଡ୍ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ I ତେବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢ଼ାଉ ବେଳେ ତିନୋଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *