ସ୍ୱଦେଶୀ ଅପରେଟିଙ୍ଗ ସିଷ୍ଟମର ହେଲା ସଫଳ ପରୀକ୍ଷଣ

Spread the love

ମାଡ୍ରାସ: ଭାରତର ସ୍ୱଦେଶୀ ଅପରେଟିଙ୍ଗ ସିଷ୍ଟମର ସଫଳ ପରୀକ୍ଷଣ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ଏହି ଅପରେଟିଙ୍ଗ ସିଷ୍ଟମର ସଫଳ ପରୀକ୍ଷଣ କରିଛନ୍ତି । ମାଡ୍ରାସର ଆଇଆଇଟି ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ଅପରେଟିଂ ସିଷ୍ଟମ। ଏହା ଡାଟା ପ୍ରାଇଭେସି ଦିଗରେ କାର୍ଯ୍ୟ କରିବ।

ପରୀକ୍ଷଣ ସଫଳ ହେବା ପରେ ମାଡ୍ରାସର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ଡିଜିଟାଲ କଳ୍ପନାକୁ ପୂରଣ କରିବା ଦିଗରେ ଭାରତ ଅପରେଟିଂ ସିଷ୍ଟମ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଆଉ ମଧ୍ୟ କହିଛନ୍ତି ଯେ ଆତ୍ମନିର୍ଭର ଡିଜିଟାଲ ଭିତ୍ତିଭୂମିର ଲାଭାର୍ଥୀ ଦେଶର ସାଧାରଣ ନାଗରିକମାନେ ପାଇପାରିବେ ।

ଡାଟା ପ୍ରାଇଭେସି ଦିଗରେ ଭାରତ ଅପରେଟିଂ ସିଷ୍ଟମ ଏକ ସଫଳ ଶୁଭାରମ୍ଭ ବୋଲି ସେ କହିଛନ୍ତି । ତେବେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଭାରତ ଅପରେଟିଙ୍ଗ ସିଷ୍ଟମ ଏକପ୍ରକାର ସପ୍ଟଓ୍ୱେୟାର ଅଟେ । ଯାହା ଗୁଗଲ, ଆଣ୍ଡ୍ରୋଏଡ ଓ ଆପଲର IOS ପରି ଅଟେ । ଯାହା ସ୍ମାର୍ଟ ଫୋନ ପାଇଁ କାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *