ମନୁଷ୍ୟ ଶରୀରରେ ଘୁଷୁରି ହୃତପିଣ୍ଡର ସଫଳ ପ୍ରତିରୋପଣ

Spread the love

ନ୍ୟୁୟର୍କ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ବିରାଟ ସଫଳତା। ଆମେରିକା ଚିକିତ୍ସକମାନେ ଜଣେ ବ୍ରେନ ଡେଡ ବ୍ୟକ୍ତିଙ୍କଠାରେ ଜେନେଟିକ ରୂପେ ପ୍ରସ୍ତୁତ ଘୁଷୁରି ହୃତ୍‌ପିଣ୍ଡକୁ ସଫଳତା ସହ ପ୍ରତିରୋପଣ କରିଛନ୍ତି।  ଜେନୋଟ୍ରାନ୍ସପ୍ଲାଣ୍ଟସ ଭାବେ ଜଣାଶୁଣା  ଏହି ସର୍ଜରୀକୁ ଆଗକୁ ସୁସ୍ଥ ଲୋକଙ୍କଠାରେ ପ୍ରୟୋଗ କରାଯାଇ  ବହୁ ଜୀବନ ରକ୍ଷା କରାଯିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆମେରିକାରେ ୧୬ ଜୁନ ଓ ୬ ଜୁଲାଇରେ ନ୍ୟୁୟର୍କ ୟୁନିଭର୍ସିଟି ଲୈଗୋନର ଟିଚ ହସ୍ପିଟାଲରେ ଏକ ସର୍ଜରୀ କରାଯାଇଥିଲା, ଯେଉଁଠି ମୃତ ବ୍ୟକ୍ତିଙ୍କଠାରେ ଜେନେଟିକ ଉପାୟରେ ପ୍ରସ୍ତୁ ହୋଇଥିବା ଘୁଷୁରି ହୃତପିଣ୍ଡକୁ ସଫଳତାପୂର୍ବକ ସଂଯୋଗ କରାଯାଇଛି। ଏନୱାଇୟୁ ଲେଗୁନ  ଟ୍ରାନ୍ସପ୍ଲାଣ୍ଟ ଇନ୍‌ଷ୍ଟିଚ୍ୟୁଟରେ  ହାର୍ଟ ଟ୍ରାନ୍ସପ୍ଲାଣ୍ଟର ସର୍ଜିକାଲ ଡାଇରେକ୍ଟର ନାଦେର ମୋଆଜମୀ  ଜଣେ ବ୍ରେନ ଡେଡ୍  ବ୍ୟକ୍ତିଙ୍କଠାରେ ଏହି ଘୁଷୁରୀ ହୃତପିଣ୍ଡ ସ୍ଥାପନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ରିସର୍ଚର୍ସ କହିଛନ୍ତି ଟ୍ରାନ୍ସପ୍ଲାଣ୍ଟ ପରେ କୌଣସି ବି ଅଙ୍ଗରେ ପ୍ରାରମ୍ଭିକ ଅସ୍ବୀକୃତିର କୌଣସି ସଙ୍କେତ ନାହିଁ। ଏଥିସହ ସେହି ହୃତ୍‌ପିଣ୍ଡ ସାମାନ୍ୟ ରୂପେ ଷ୍ଟାଣ୍ଡର୍ଡ ପୋଷ୍ଟ ଟ୍ରାନ୍ସପ୍ଲାଣ୍ଟ ଔଷଧ ସହ ଓ ବିନା କୌଣସି ଅତିରିକ୍ତ ମେକାନିକାଲ ସହଯୋଗରେ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି। ଏହି ସବୁ ହୃତପିଣ୍ଡ ସେହି ଘୁଷୁରିମାନଙ୍କଠାରୁ ସଂଗ୍ରହ କରାଯାଇଥିଲା, ଯେଉଁଥିରେ ୧୦ ଅନୁବଂଶିକ ମୋଡିଫିକେସନ ଥିଲା ଓ ୪ ପର୍ସିନ ଜିନ ନକଆଉଟ୍ସ ସାମିଲ ଥିଲା, ଯାହା ଅସାମାନ୍ୟ ଅଙ୍ଗର ବୃଦ୍ଧି ରୋକିବାକୁ ଥିଲା।

 ଏହାବ୍ୟତୀତ, ପ୍ରୋଟିନର ବୃଦ୍ଧି ପାଇଁ ୬ ମାନବ ଟ୍ରାନ୍ସଜେନ୍ସ ଥିଲା, ଯାହା ସେହି ମହତ୍ବପୂର୍ଣ୍ଣ ଜୈବିକ ମାର୍ଗକୁ ରେଗୁଲେଟ କରିଥାଏ, ଯାହା ଘୁଷୁରି ଓ ମନୁଷ୍ୟ ମଧ୍ୟରେ ଥିବା ଅସଙ୍ଗତିକୁ ବାଧିତ କରିପାରେ। ଷ୍ଟଡିରେ କୌଣସି ଅନ୍ୟ ଯାଞ୍ଚ ଓ ଉପକରଣ ବା ଔଷଧର ଉପଯୋଗ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *