ଭିନେଶଙ୍କୁ ନ୍ୟାୟ ଦିଅ…

ଓଭରଓ୍ୱେଟରୁ ଅଲମ୍ପିକ୍ସ ଫାଇନାଲ ଫାଇଟ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶ ଫୋଗଟଙ୍କ ସହ କଥା ହେଲେ ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନ ସଭାପତି ପି.ଟି.ଉଷା। ଅଲମ୍ପିକ୍ସ ଗ୍ରାମରେ ଥିବା ପଲିକ୍ଲିନିକରେ ଚିକିତ୍ସାଧୀନ ଫୋଗଟଙ୍କୁ ଭେଟିବା ସହ ତାଙ୍କ ସହ ସମସ୍ତ ପରିସ୍ଥିତିରେ ପୁରା ଆସୋସିଏସନ, ଭାରତ ସରକାର ଓ ସମଗ୍ର ଭାରତବାସୀ ଛିଡ଼ା ହୋଇଛନ୍ତି ବୋଲି ଆଶ୍ୱାସନା ଦେଲେ। ଭିନେଶଙ୍କୁ ସମସ୍ତ ମେଡିକାଲ ଓ ଇମୋସନାଲ ସମର୍ଥନ ଦେବାକୁ କଥା ଦେଲେ ଉଷା। ଏଭଳି ନିଷ୍ପତ୍ତିକୁ ନେଇ ସମସ୍ତେ ହତବାକ୍ ବୋଲି କହିଲେ ଉଷା। ସାଙ୍ଗରେ ଥିଲେ ଭିନେଶଙ୍କ ନ୍ୟୁଟ୍ରିଓନିଷ୍ଟ ଦିନସାଓ ପର୍ଦ୍ଦିଓ୍ୱାଲା। ସେପଟେ ସଂସଦରେ ଭିନେଶଙ୍କୁ ନ୍ୟାୟ ଦେବାକୁ ସ୍ୱର ଶାଣିତ ହୋଇଛି। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ସଂସଦର ମକରଦ୍ୱାର ପାଖରେ ଭିନେଶଙ୍କୁ ନ୍ୟାୟଦିଅ କହି ନାରାବାଜି କରିଛନ୍ତି। ଭିନେଶଙ୍କ ପ୍ରତି ହୋଇଥିବା ଅବିଚାରକୁ ବରଦାସ୍ତ କରାଯିବନି। ଭିନେଶଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ବନ୍ଦ କର ବୋଲି ନାରାବାଜି କରିଛନ୍ତି। କେନିଆର ଜଣେ ଆଥଲେଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଏହାର ଜୋରଦାର ପ୍ରତିବାଦ ପରେ ଯଦି ଏହା ପ୍ରତ୍ୟାହାର ହୋଇପାରିଲା। ତା ହେଲେ ମୋଦି ସରକାର କାହିଁକି କରିପାରିବେନି। କେନିଆ କଅଣ ଭାରତରୁ ଅଧିକ ଶକ୍ତିଶାଳୀ କି ବୋଲି ପଚାରିଛନ୍ତି ଇଣ୍ଡିଆ ମେଣ୍ଟ ସାଂସଦ ଅରବିନ୍ଦ ସାଓ୍ୱନ୍ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *