ସେମିଫାଇନାଲରେ ଭାରତୀୟ ହକି ଦଳ

ସେମିଫାଇନାଲରେ ଭାରତୀୟ ହକି ଦଳ । ପ୍ୟାରିସ ଅଲିମ୍ପିକ୍ସରେ ଗ୍ରେଟ ବ୍ରିଟେନକୁ ହରାଇ ଲଗାତାର ଭାବରେ ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଗତ ଟୋକିଓ ଅଲିମ୍ପିକ୍ସ ଭଳି ଚଳିତ ଅଲିମ୍ପିକ୍ସରେ ମଧ୍ୟ ଭାରତ ଗ୍ରେଟ ବ୍ରିଟେନ ଭଳି ଦଳକୁ ମାତ ଦେଇ ବିଶ୍ୱରେ ତ୍ରିରଙ୍ଗାକୁ ଉଡାଇଛି । ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ଖେଳାଯାଇଥିବା କ୍ୱାଟରଫାଇନାଲ ମ୍ୟାଚରେ ଭାରତର ହରମନପ୍ରୀତ ସିଂ ପ୍ରଥମେ ଗୋଲ କରିଥିଲେ ।ଫଳରେ ଭାରତ ୧-୦ ଗୋଲରେ ମ୍ୟାଚରେ ଆଗୁଆ ହୋଇଥିଲା । ମାତ୍ର ଇଂଲଣ୍ଡ ପକ୍ଷରୁ ଲି ମାର୍ଟନ ହାଫ ଟାଇମ ପୂର୍ବରୁ ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ଯାହାଫଳରେ ଏହି ମ୍ୟାଚରେ ରୋମାଞ୍ଚ ବଢି ବଢି ଯାଇଥିଲା । କୋଲମ୍ବସସ୍ଥିତ ୟୱେସ-ଡୁ-ମାନୋଇର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା ।

ନିର୍ଦ୍ଧାରିତ ସମୟରେ ମ୍ୟାଚ ଅମୀମାଂସିତ ରହିବାରୁ ଏହା ପେନଲ୍ଟି ସୁଟଆଉଟକୁ ଚାଲିଯାଇଥିଲା । ପେନାଲ୍ଟିରେ ଭାରତୀୟ ଦଳ ସାମ୍ନାରେ ବ୍ରିଟେନ ସେନା ଧରାଶାୟୀ ହୋଇ ଆଣ୍ଠେଇଥିଲା । ଟିମ ଇଣ୍ଡିଆ ପେନଲ୍ଟିରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନକୁ ମାତ ଦେଇ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ପେନାଲ୍ଟିରେ ଭାରତୀୟ ଦଳର ରାଜକୁମାରଙ୍କ ଗୋଲ ଚୂଡାନ୍ତ ସାବ୍ୟସ୍ତ ହୋଇଥିଲା । ତାହାସହ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ବି ସାକାର ହେବାର ପାଦ ଦେଶରେ ରହିଛି । ପଦକ ଜିତିବା ପାଇଁ ଟିମ ଇଣ୍ଡିଆ ଆଉ ପାଦେ ଆଗକୁ ଅଗ୍ରସର ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *