ରେସିଂ ବେଳେ ଚାଲିଗଲା ରେସରଙ୍କ ଜୀବନ

Spread the love

ଚେନ୍ନାଇ: ଖେଳ ହେଲା କାଳ, ଚାଲିଗଲା ଖେଳାଳିଙ୍କ ଜୀବନ। ତାମିଲନାଡୁର ରାଜଧାନୀ ଚେନ୍ନାଇର ଈରୁଙ୍ଗତୁକୋଟ୍ଟଇରେକାର୍ ରେସିଂ  ବେଳେ ଭୟଙ୍କର ଦୁର୍ଘଟଣା ଘଟି ଚାଲିଯାଇଛି ଷ୍ଟାର୍ କାର୍ ରେସର୍‌ଙ୍କ ଜୀବନ। ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟ୍‌ରେ ଏକ କାର୍ ରେସିଂ ଚାମ୍ପିଅନ୍‌ସିପ୍ ଚାଲିଥିଲା। ରେସ ବେଳେ ଟ୍ରାକ୍‌ରୁ ଖସି ଅନ୍ୟ କାର୍ ସହ ବାଢ଼େଇ ହୋଇ  ୫୯ ବର୍ଷୀୟ ଷ୍ଟାର୍ ରେସ୍‌ର କେ.ଇ କୁମାରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟର ଲାଇଭ୍ ଫୁଟେଜ ୟୁଟ୍ୟୁବରେ ଷ୍ଟ୍ରିମିଂ ହୋଇଥିଲା।

ରେସିଂ ଇଭେଣ୍ଟରେ ଭାଗ ନେଇଥିଲେ ଜଣାଶୁଣା  ରେସର କୁମାର। ରେସ ଫୁଲ ଫେଜରେ ଚାଲିଥିବା ବେଳେ ହଠାତ୍ କୁମାରଙ୍କ କାରଟି  ଟ୍ରାକ୍‌ରୁ ଖସି ଓଲଟି ପଡିବା ସହ ଅନ୍ୟ କାର୍ ସହ ଧକ୍କା ହୋଇଥିଲା। ଏକାଧିକ କାର ସହ ଧକ୍କା ଖାଇବା ସତ୍ତ୍ବେ ରେସ ଟ୍ରାକ କଡରେ ଥିବା ଏକ ଗଛ ସହ ଧକ୍କା ଦେଇଥିଲା। କାର ସ୍ପିଡରେ ଥିବାରୁ ଧକ୍କା ପରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା କୁମାରଙ୍କ କାର।

ଦୁର୍ଘଟଣାକୁ ଦେଖି ଅଧାରୁ ରେସକୁ ବନ୍ଦ କରିବା ସହ କୁମାରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଛି।  ଏସମ୍ପର୍କରେ ରେସର ସଭାପତି ବି ଭି ଚଣ୍ଡୋକ କହିଛନ୍ତି, ଏହା ଅତି ହିଁ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। କୁମାର ଜଣେ ଅଭିଜ୍ଞ ରେସର୍ ଥିଲେ। ସେପଟେ ପୁଲିସ ବେପରୁଆ ଗାଡି ଚଳାଇବାକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

Leave a Reply

Your email address will not be published. Required fields are marked *