୯୦ ମିନିଟ ଭିତରେ ଭାରତକୁ ମେଡାଲ ବର୍ଷା। ପ୍ୟାରିସ ପାରାଲିମ୍ପିକ୍ସରେ ୯୦ ମିନିଟ ଭିତରେ ଭାରତକୁ ମିଳିଲା ତୃତୀୟ ପଦକ। ପ୍ରୀତି ପାଲ୍ ପାରାଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ୍ ମଡେଲ୍ ଜିତି ଇତିହାସ ରଚିଛନ୍ତି। ମହିଳା ଶହେ ମିଟର ଟି-୩୫ କ୍ୟାଟେଗୋରୀ ରେସରେ ପଦକ ଆଣିଛନ୍ତି ପ୍ରୀତି। ଅଗଷ୍ଟ ୩୦ରେ ଭାରତ ଦ୍ୱାରା ଜିତିଥିବା ପଦକ ସଂଖ୍ୟା ପ୍ରୀତିଙ୍କ ପଦକକୁ ମିଶାଇ ତୃତୀୟ ପଦକ ଥିଲା। ପାରାଲିମ୍ପିକ୍ସର ଟ୍ରାକ୍ ଇଭେଣ୍ଟରେ ଆଜି ଯାଏ ଭାରତ କୌଣସି ପଦକ ଜିତିନଥିଲା। ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ପ୍ରୀତି ଏହି ରେକର୍ଡ ରଚିଛନ୍ତି। ଶହେ ମିଟର ଫାଇନାଲରେ ପ୍ରୀତି ପାଲ୍ ୧୪.୨୧ ସେକେଣ୍ଡରେ ରେସ୍ ପୂରଣ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now