ଏସିଆ କପ୍‌ ଟି- ୨୦ରେ ପ୍ରତିଶୋଧ ନେଲା ଭାରତ

Spread the love

() ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟକୁ ନେଇ ଭାରତରେ ଉଲ୍ଲାସ। ହେଲେ ଏହି ବିଜୟ ଉଲ୍ଲାସ ବେଳେ ଜାତୀୟ ପତାକାକୁ ଅସମ୍ମାନ କରିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହା। ଯାହାର ଭିଡିଓ ଭାଇରାଲ ପରେ ଏହାକୁ ନେଇ ସତ କଅଣ, ତାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଭିତରେ ବ୍ଲେମ୍ ଗେମ୍ ଆରମ୍ଭ ହୋଇଛି।

ଏସିଆ କପ୍ ଟ୍ୱେଣ୍ଟି- ଟ୍ୱେଣ୍ଟି କ୍ରିକେଟରେ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେତା ଭାରତ। ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇଲା ପରେ ସବୁଠି ଆନନ୍ଦ ଉଲ୍ଲାସର ମାହୋଲ। ଆଉ ଏହି ବିଜୟ ସମୟରେ ବିସିସିଆଇ ସେକ୍ରେଟାରୀ ଜୟ ଶାହା କରତାଳି ମାରି ଖେଳାଳୀଙ୍କୁ ଅଭିନନ୍ଦନ ଜ୍ଞାପନ କରୁଥିଲା ବେଳେ ଜଣେ ତାଙ୍କୁ ଜାତୀୟ ପତାକା ଆଣି ଦେଇଥିଲେ। କିନ୍ତୁ ତ୍ରିରଙ୍ଗା ଧରିବାକୁ ମନା କରିଦେଇଥିଲେ ଜୟ ଶାହା। ବାସ୍ ଏହି ଭିଡ଼ିଓ ଭାଇରାଲ ପରେ ଏବେ ଶାହା ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ନେଇ ଜବରଦସ୍ତ ଟ୍ରୋଲିଂ ଜାରି ରହିଛି। କିଏ କହିଛି ମୋଦି ସରକାର ହର ଘର୍ ତ୍ରିରଙ୍ଗା ପାଇଁ ଲୋକଙ୍କ ପକେଟରୁ ଟଙ୍କା ନେଇଛନ୍ତି। କିନ୍ତୁ ଗୃହ ମନ୍ତ୍ରୀଙ୍କ ପୁଅ ତ୍ରିରଙ୍ଗା ଧରିବାକୁ ମନା କରିଦେଇଥିବାରୁ ବିଜେପି ତାଙ୍କୁ ଆଣ୍ଟି-ନାସନାଲ ସାର୍ଟିଫିକେଟ୍ ଦେବ କି ନା ଏହା ଶାହା ହୋଇଥିବାରୁ ସେ ଏଥିରୁ ବାଦ୍ ପଡ଼ିବେ ବୋଲି ସକେତ ଗୋଖଲେ କମେଣ୍ଟ୍ କରିଛନ୍ତି। ତେବେ ଆଉ କିଏ ଏହାକୁ ଉଚିତ୍ ବୋଲି ଦର୍ଶାଇଛି। ଜୟ ଶାହା ଏସିଆନ କ୍ରିକେଟ୍ କାଉନସିଲର ସଭାପତି ଅଛନ୍ତି। ଭାରତ ଜିତିଗଲା ବୋଲି ସେ ଜାତୀୟ ପତାକା କେମିତି ଧରିବେ। କାରଣ ଏହା ଏସିସି ଇଭେଣ୍ଟ୍।

ଆଉ କିଏ ପାଟନା ଏଡିଏମ କିଭଳି ଆନ୍ଦୋଳନତରତ ଶିକ୍ଷକ ଆଶାୟୀଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ଏପରିକି ଲହୁଲୁହାଣ ହୋଇଥିବା ବ୍ୟକ୍ତି ତ୍ରିରଙ୍ଗାକୁ ନିଜ ମୁଣ୍ଡରେ ଘୋଡ଼ାଇଥିଲେ ବି ତ୍ରିରଙ୍ଗାକୁ ପିଟିବାକୁ ବି ପଛାଇନଥିଲେ ଅଧିକାରୀ। ଏ  ଭିଡିଓ ପୋଷ୍ଟ କରି ଶାହାଙ୍କ ଭଳି କ୍ଷମତାଶାଳୀ ବା କାହିଁକି ଏଥିରୁ ବାଦ୍ ପଡ଼ିଥାଆନ୍ତେ ବୋଲି କଟାକ୍ଷ କରିଛନ୍ତି। ଆଉ କିଏ କହିଛି, କୁଆଡ଼େ ଗଲା ବିଜେପି ଆଇଟି ଓ୍ୱିଙ୍ଗ୍ ଓ ଗୋଦି ମିଡ଼ିଆ। ଯଦି କୌଣସି ଅଣବିଜେପି ନେତା ତ୍ରିରଙ୍ଗାକୁ ଜୟ ଶାହାଙ୍କ ଭଳି ଅପମାନ କରିଥାଆନ୍ତେ, ତେବେ ଏମାନେ ସହିଥାଆନ୍ତେ କି ବୋଲି ପଚାରିଛନ୍ତି। ଏହା ଆମ ମାଟିକୁ ଅପମାନ ବୋଲି କହିଛନ୍ତି ଅନେକ। ଶେହେନ୍ସାଙ୍କ ପୁଅ ବୋଲି ସୌଭାଗ୍ୟବଶତଃ ଏହା ବିଜେପିକୁ ଦେଶର ଅପମାନ ବୋଲି ଲାଗୁନି। କଂଗ୍ରେସ କହିଛି, ଜୟ କଅଣ ତ୍ରିରଙ୍ଗା ବଦଳରେ ଗେରୁଆ ପତାକା ଧରିବାକୁ ଚାହୁଁଥିଲେ କି। ଶିବସେନା କହିଛି, ଏସିଆନ କ୍ରିକେଟ କାଉନସିଲ ଅଧ୍ୟକ୍ଷ ହୋଇଗଲେ ଜାତୀୟ ପତାକାକୁ ଅପମାନିତ କରିବାକୁ କେଉଁଠି ନିୟମ ଅଛି। ଟିଏମସି କହିଛି, ରଜା ଛୁଆ ଜାତୀୟ ଗର୍ବ ଓ ଗୌରବ ବୁଝେନା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *