ପ୍ରଧାନମନ୍ତ୍ରୀ କରିବେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ତୃତୀୟ ସଂସ୍କରଣର ଉଦ୍‌ଘାଟନ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ସାତଟାରେ ଭିଡିଓ କନ୍‌ଫରେନ୍ସି ଜରିଆରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୨ର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ବୁଧବାର ଦିନ ଏହି ସୂଚନା ଦେଇଛି ।

ପିଏମ୍‌ଓ କହିଛି ଯେ ପ୍ରଧାନମନ୍ତ୍ରୀ ଦେଶରେ ଖେଳ ସଂସ୍କୃତିକୁ ବିକଶିତ କରିବା ଏବଂ ଯୁବକଙ୍କୁ ଖେଳ ପାଇଁ ପ୍ରୋତ୍ସାହିତ କରିବା ଉପରେ ବହୁତ ଧ୍ୟାନ ଦେଇଛନ୍ତି । ନବୋଦିତ ଖେଳାଳୀଙ୍କୁ ସମର୍ଥନ ଦେବା ପାଇଁ ସରକାର ଦ୍ୱାରା ବିଭିନ୍ନ ଯୋଜନା ଆରମ୍ଭ କରାଯାଇଛି ଏବଂ ଦେଶରେ ଖେଳ ପରିସ୍ଥିତିର ତନ୍ତ୍ରକୁ ମଜବୁତ କରିବାକୁ ପ୍ରୟାସ କରାଯାଇଛି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଆୟୋଜନ ଏହି ଦିଗରେ ଅନ୍ୟଏକ ପଦକ୍ଷେପ ଅଟେ ।

Leave a Reply

Your email address will not be published. Required fields are marked *