ରାଜ୍ୟସ୍ତରୀୟ ବ୍ୟାଡମିନଟନ ଟୁର୍ଣ୍ଣାମେଂଟ ଉଦଘାଟିତ

Spread the love

ନୂଆପଡ଼ା : ନୂଆପଡା ଜିଲ୍ଲା ବ୍ୟାଡମିନଟନ ଏସୋସିଏସନ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ ରେଙ୍କିଙ୍ଗ ଟୁର୍ଣ୍ଣାମେଂଟ ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହାର ଉଦଘାଟନ କରି ଏହି ପ୍ରତିଯୋଗିତା ରାଜ୍ୟରେ ବ୍ୟାଡମିନଟନ ପ୍ରତି ଲୋକଙ୍କ ଆଗ୍ରହ ବଢିବ ଓ ଜାତୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସୃଷ୍ଟି ହେବ ବୋଲି କହିଥିଲେ । ଅନ୍ୟତମ ଅତିଥି ଦ୍ୱୟ ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ବିଶିଷ୍ଠ ସମାଜସେବୀ ବିନୋଦ ଅଗ୍ରୱାଲ, ରାଜ୍ୟ ବେଡ଼ମିନଟନ ସଙ୍ଘର ସାଧାରଣ ସମ୍ପାଦକ ନିଲେନ କୁମାର ଏହି ଟୁର୍ଣ୍ଣାମେଂଟ ଜିଲା ପାଇଁ ଗୌରବର ମୁହୂର୍ତ ବୋଲି ଅବିହିତ କରିଥିଲେ । ନୂଆପଡା ଜିଲ୍ଲା ବେଡ଼ମିନଟନ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ଅଙ୍କିତ କୁମାର ସାହୁ, ଅରଗାନାଇଜ ସମ୍ପାଦକ ସୁଦୀପ୍ତ କୁମାର ବିଶୋଇ, ଟୁର୍ଣ୍ଣଆମେଂଟ କୋ ଅଦିନେଟର ପ୍ରଭଞ୍ଜନ ସେଠି, ଅକ୍ଷୟ କୁମାର ପାଢୀ, ଯୁଗ୍ମ ସମ୍ପାଦକ ଡକ୍ଟର ସରୋଜ କୁମାର ପଣ୍ଡା, ଦୁର୍ବା ରଞ୍ଜନ ଖମାରୀ, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ରାଜାଏଟି ହାଇସ୍କୁଲର କ୍ରୀଡା ଶିକ୍ଷକ ରତନ ସିଂ ବାରିକ, ପ୍ରସନ୍ନ ମାହାନା, କିରଣ ଧରୁଆ ସମେତ ଅନ୍ୟାନ୍ୟ କାର?୍ୟ୍ୟକର୍ତା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଜିତ ପାଢ଼ୀ ମଂଚ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ୩୦ ଗୋଟି ଜିଲ୍ଲାର ପ୍ରତିଯୋଗୀ ଭାଗ ନେଉଥିବା ବେଳେ ପୁରୁଷ ସିଙ୍ଗଲ, ମହିଳା ସିଙ୍ଗଲ, ପୁରୁଷ ଡବଲ, ମହିଳା ଡବଲ ଓ ମିକ୍ସ ଡବଲ ପର୍ଯ୍ୟାୟରେ ଖେଳ ଅନୁଷ୍ଠିତ ହେବ । ଉଦଘାଟନୀ ଦିନ ବିଭିନ୍ନ ପର୍ଯ୍ୟାୟରେ ୨୪ ଗୋଟି ଦଳ ଲିଗ ମ୍ୟାଚରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ରବିବାର ଦିନ ଏହାର ଉଦଯାପନ ହେବାକୁ ଥିବା ବେଳେ ଓଡ଼ିଶାରେ ପ୍ରତି ଜିଲ୍ଲାରେ ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ମାନଙ୍କ ମଧ୍ୟରୁ ଖଡ଼ିଆଳ ଠାରେ ପ୍ରଥମ ଥର ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଜଣାପଡିଛି । ଓଡ଼ିଶା ବ୍ୟାଡମିନଟନ ଏସୋସିଏସନ ଏହାକୁ ସହଯୋଗ କରୁଛି ।

Leave a Reply

Your email address will not be published. Required fields are marked *