5T SECRETARY

  • କୋରାପୁଟ ଗସ୍ତରେ 5T ସଚିବ

    କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଏବେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା।  କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସେକ୍ରେଟାରୀ ଭିକେ ପାଣ୍ଡିୟାନ । ଏହି ଗସ୍ତ କାଳରେ ସେ କୋରାପୁଟ ଜିଲାର ନକ୍ସଲ ଉପଦ୍ରୁତ ନାରାୟଣପାଟଣା ବ୍ଲକ ଗସ୍ତ କରିବେ। ପାଣ୍ଡିୟାନଙ୍କ ପ୍ରଥମ କୋରାପୁଟ ଗସ୍ତ ହୋଇଥିବାରୁ ଏହି ଗସ୍ତକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ଦେଖିବାକୁ ମିଳିଛି ।

    ପାଣ୍ଡିୟାନଙ୍କ ସହିତ ଆଇଏଏସ ଭିନିଲ କ୍ରିଷ୍ଣା ଓ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ମଧ୍ୟ ସାମିଲ ରହିବେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପାଣ୍ଡିଆନ ହାଇସ୍କୁଲ ପଡ଼ିଆରେ ଅବତରଣ କରିବା ପରେ ନିକଟସ୍ଥ 5t ହାଇସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିଦର୍ଶନରେ ସେ ପିଲାଙ୍କ ସହିତ ମଧ୍ୟ ଆଲୋଚନା କରିବେ ।

    ଏହା ପରେ ସ୍ଥାନୀୟ ଐତିହାସିକ ପୁରାତନ ଜଗନ୍ନାଥ ମନ୍ଦିର ବୁଲି ଦେଖିବେ। ମନ୍ଦିରକୁ ୫ଟି ସଚିବଙ୍କ ଗସ୍ତ ଥିବାରୁ ମନ୍ଦିରକୁ କିଛି ଅନୁଦାନ ପ୍ରଦାନ କରିପାରନ୍ତି ବୋଲି ଆଶା କରାଯାଏ। ଏହି ଗସ୍ତ କାଳରେ ଚିନ୍ତାଗୁଡା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

    ଭୂଷିତ ବିଡିକାଙ୍କ ରିପୋର୍ଟ

  • କଟକ ଗସ୍ତରେ ୫ଟି ସଚିବ

    କଟକ:  କଟକ ଗସ୍ତରେ ୫ଟି ସଚିବ ଭି କେ  ପାଣ୍ଡିଆନ । କଟକ ଏସସିବି ବଡ଼ ମେଡ଼ିକାଲ, ତାଳଦଣ୍ଡା କେନାଲର କାର୍ଯ୍ୟର ଅଗ୍ରଗତିର  ସମୀକ୍ଷା କରିଛନ୍ତି ୫-ଟି ସଚିବ। ମେଡ଼ିକାଲକୁ ଏମ୍ସ ପ୍ଲସ କରିବା ପାଇଁ ଚାଲିଥିବା କାର୍ଯ୍ୟର ସମୀକ୍ଷା ପରେ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି ସଚିବ।

    ଜାତୀୟ ରାଜପଥ ପାର୍ଶ୍ବବର୍ତ୍ତୀ  ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବାକୁ ପାଣ୍ଡିଆନ ଦେଇଛନ୍ତି ନିର୍ଦେଶ । କେନାଲରେ ଅଲିଆ ଆବର୍ଜନା ନ ପକାଇବାକୁ ନିଆଯିବ ପଦକ୍ଷେପ । ଏଥିସହ କେନାଲ ଇତିହାସ ସମ୍ବନ୍ଧରେ ଏକ ଲେଖା ପ୍ରବେଶ ପଥ ନିକଟରେ ଦେଖଣାହାରୀଙ୍କ ଉଦେଶ୍ୟରେ ଲଗାଯିବା ସହିତ ସମସ୍ତ କାର୍ଯ୍ୟ ଯେପରି ଠିକ ସମୟରେ ସରିବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି 5T ସଚିବ ।

    ଏହି ଗସ୍ତ କାଳରେ କଟକ ଜିଲ୍ଲାପାଳ, କଟକ ଡିସିପି, ସିଡିଏର ଚେୟାରମ୍ୟାନ, ସିଏମସି କମିଶନରଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

  • ପୁରୀ ରେ ପାଣ୍ଡିଆନ୍

    ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟର ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି l ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ ।‌ଆଜି ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧି ମାନେ ସ୍ବାଗତ କରିଥିଲେ ।ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ସପକ୍ଷରେ ଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।

    ମହାପ୍ରଭୁଙ୍କ ମାର୍ଗ ଦର୍ଶକରେ ହିଁ ସମସ୍ତ କାର୍ଯ୍ୟ ହେଉଛି। ଭକ୍ତର ହେଉଛନ୍ତି ଭଗବାନ। ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହାପ୍ରଭୁଙ୍କ ଦର୍ଶନ ପରେ କହିଛନ୍ତି ।

Back to top button