Angulଓଡ଼ିଶାଦୁର୍ଘଟଣା

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ: ଅନୁଗୋଳ ଜିଲ୍ଲାରେ  ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ମହିଳା ଦୁଇ ହେଲେ ମୂଳି ପ୍ରଧାନ ଓ ଗୌରୀ ରାଉଳ ।

ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ଦୁଇଜଣ  ମହିଳା ମୁନି ପ୍ରଧାନ ଓ ଗୌରୀ ରାଉଳ ଆଜି ଭୋରରୁ ଗାଁ ମୁଣ୍ଡ ଆମ୍ବତୋଟା କୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ହଠାତ ହାତୀଟି ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ମୁନି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ  ଗୌରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।   ଘଟଣାକୁ ନେଇ ଗ୍ରାମବାସୀଙ୍କ  ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ଦନ୍ତାଙ୍କୁ ସେହି ଅଞ୍ଚଳରୁ ଘେଉଡାଇବାକୁ ଦାବି କରିଥିଲେ । ଦୁର୍ଘଟଣା ପାଇଁ ଲୋକେ ସିଧାସଳଖ ବନ ବିଭାଗକୁ ଦାୟୀ କରିଥିଲେ । ସୂଚନା ପାଇ ବନ ବିଭାଗ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଓ ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ।

Leave a Reply

Your email address will not be published.

Back to top button