କୋରାପୁଟ ଗସ୍ତରେ 5T ସଚିବ

କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଏବେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା। କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସେକ୍ରେଟାରୀ ଭିକେ ପାଣ୍ଡିୟାନ । ଏହି ଗସ୍ତ କାଳରେ ସେ କୋରାପୁଟ ଜିଲାର ନକ୍ସଲ ଉପଦ୍ରୁତ ନାରାୟଣପାଟଣା ବ୍ଲକ ଗସ୍ତ କରିବେ। ପାଣ୍ଡିୟାନଙ୍କ ପ୍ରଥମ କୋରାପୁଟ ଗସ୍ତ ହୋଇଥିବାରୁ ଏହି ଗସ୍ତକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ଦେଖିବାକୁ ମିଳିଛି ।
ପାଣ୍ଡିୟାନଙ୍କ ସହିତ ଆଇଏଏସ ଭିନିଲ କ୍ରିଷ୍ଣା ଓ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ମଧ୍ୟ ସାମିଲ ରହିବେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପାଣ୍ଡିଆନ ହାଇସ୍କୁଲ ପଡ଼ିଆରେ ଅବତରଣ କରିବା ପରେ ନିକଟସ୍ଥ 5t ହାଇସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିଦର୍ଶନରେ ସେ ପିଲାଙ୍କ ସହିତ ମଧ୍ୟ ଆଲୋଚନା କରିବେ ।
ଏହା ପରେ ସ୍ଥାନୀୟ ଐତିହାସିକ ପୁରାତନ ଜଗନ୍ନାଥ ମନ୍ଦିର ବୁଲି ଦେଖିବେ। ମନ୍ଦିରକୁ ୫ଟି ସଚିବଙ୍କ ଗସ୍ତ ଥିବାରୁ ମନ୍ଦିରକୁ କିଛି ଅନୁଦାନ ପ୍ରଦାନ କରିପାରନ୍ତି ବୋଲି ଆଶା କରାଯାଏ। ଏହି ଗସ୍ତ କାଳରେ ଚିନ୍ତାଗୁଡା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ଭୂଷିତ ବିଡିକାଙ୍କ ରିପୋର୍ଟ