balijatra

  • ପରମ୍ପରାର ପର୍ବ ବାଲିଯାତ୍ରା

    () ଆଧୁନିକ ଯୁଗରେ ବି ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଏବଂ ପରମ୍ପରା। ଏବେ ବି ବଞ୍ଚି ରହିଛି  ଆଦିବାସୀଙ୍କ ନିଆରା ପରମ୍ପରା। ଗାଁର ମଙ୍ଗଳ କାମନା ସହ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଆଦିବାସୀଙ୍କ ବିଶ୍ୱାସର ବାର୍ତ୍ତା ବହନ କରୁଥିବା ଐତିହାସିକ ବାଲିଯାତ୍ରା ଭଳି ନିଆର ପର୍ବର ଝଲକ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା  ବୋରିଗୁମ୍ମାରେ।

    ଧୂମଧାମରେ ପାଳିତ ହେଲା ପରମ୍ପରାର ପର୍ବ ବାଲିଯାତ୍ରା। ପ୍ରତି ୩ ବର୍ଷର ବ୍ୟବଧାନରେ ପାଳିତ ହୋଇଥାଏ ବାଲିଯାତ୍ରା। ଚଳିତ ବର୍ଷ ବାଲିଯାତ୍ରା ବୋରିଗୁମ୍ମା ବାସୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି । ପାରମ୍ପରିକ ରୀତିନୀତିରେ ବାଜା ବଜଣା ନାଚଗୀତ ସାଙ୍ଗକୁ ହଜାର ହଜାର ଲୋକଙ୍କ ସମାବେଶ। ପୁରୁଣା ବୋରିଗୁମ୍ମାର ବାଲି କୁଡ଼ିଆରୁ ବାଲି ଚାଙ୍ଗୁଡ଼ିରେ ଗଜା ଶସ୍ୟକୁ ଶହ ଶହ ମହିଳା ମୁଣ୍ଡରେ ଆଣିଥିଲେ । ପୁରୁଷ ଲୋକ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଦାଳକୁ ବୋହି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ହାଟପଦା ନିକଟରେ ଥିବା ଠାକୁରାଣୀ ପୀଠରେ ପହଞ୍ଚି ଥିଲେ। ସେଠାରେ ଭୀମା ଏବଂ ଭୀମାଣି କାଠ ମୂର୍ତ୍ତି ସ୍ଥାପନ କରାଯାଇଥାଏ।

    ବୋରିଗୁମ୍ମା ଠାରେ ଐତିହାସିକ  ବାଲିଯାତ୍ରା କେଉଁ ରାଜା ରାଜୁଡା କାଳରୁ ଆରମ୍ଭ ହୋଇଥିଲା। ଗ୍ରାମର ମୁଖ୍ୟ ପୂଜକ ତିଥି ଅନୁଯାୟୀ ଦିନ ଧାର୍ଯ୍ୟ କରିଥାନ୍ତି। ଠିକ୍ ସାତ ଦିନ ପୂର୍ବରୁ ଗ୍ରାମର ଆରାଧ୍ୟ ଦେବ ଭୈରବ ପୀଠ ନିକୋଟସ୍ଥ ନଦୀରୁ ପୂଜାର୍ଚ୍ଚନା କରି ବାଲି ଉଠାଇ ଆଣିଥାନ୍ତି। ସେହି ବାଲିରେ ଶସ୍ୟଜାତ ଦ୍ରବ୍ୟ ବୁଣା ଯାଏ। ଯେଉଁ ଦିନ ସେହି ଦ୍ରବ୍ୟରୁ ଅଂକୁର ଜାତ ହୁଏ ସେଦିନ ବାଲି ଯାତ୍ରା ଆରମ୍ଭ ହୁଏ। ଏହି ପୂଜା କଲେ ଗାଈ ଗୋରୁ, ଲୋକଙ୍କୁ କୌଣସି ରୋଗ ମହାମାରୀ ଆକ୍ରାନ୍ତ ହୋଇନଥାଏ ଏବଂ ଭଲ ବର୍ଷା ହୋଇ ଚାଷ ଦୁଇଗୁଣ ହୁଏ ବୋଲି ବିଶ୍ବାସ ରହିଛି ।

    ଆଜି ବି ଲୋକେ ଭୁଲି ନାହାନ୍ତି ନିଜ ପରମ୍ପରାକୁ। ନିଜ ପୂର୍ବ ପୁରୁଷଙ୍କୁ ଅନୁସରଣ କରି ଧୂମଧାମରେ ପର୍ବ ପାଳନ କରି ନିଜ ସଂସ୍କୃତି ପ୍ରତି ଉଦାହରଣ ସୃଷ୍ଟି କରିଛନ୍ତି ।

    ରଞ୍ଜନକୁମାର ମିଶ୍ରଙ୍କ ରିପୋର୍ଟ

  • ଜମିବାରେ ଲାଗିଛି ଐତିହାସିକ ବାଲିଯାତ୍ରା

    କଟକ:  ଐତିହାସିକ ବାଲିଯାତ୍ରାରେ ଭିଡ ଦିନକୁ ଦିନ ବେଶ୍‌ ଜମିବାରେ ଲାଗିଛି । ମେଳା ରେ ଲୋକେ ବୁଲାବୁଲି କରିବା ସହ କିଣି ନେଉଛନ୍ତି ବିଭିନ୍ନ ପ୍ରକାର ର ସାମଗ୍ରୀ । ତେବେ ମେଳା ରେ ଯେଉଁ କେତେକ ସାମଗ୍ରୀ ରହିଛି ସେଥି ମଧ୍ୟରୁ ଢେର୍ ଅଧିକ ଚାହିଦା ରହିଛି ଡୋକ୍ରା ଜୁଏଲାରୀ ଏବଂ ସିଲଭର ଜୁଏଲାରୀ । ତେବେ ମେଳା ରେ ପ୍ରଥମ ଥର ପଶ୍ଚିମବଙ୍ଗ ରୁ ଆସିଥିବା ହାତରେ ରେ ତିଆରି ଟ୍ରାଡିସନାଲ ସାମଗ୍ରୀ କୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ମହିଳା ।

    ଦିନ ହେଉ କି ରାତି ବାଲିଯାତ୍ରା ର ମେଳା ପଡ଼ିଆରେ ପ୍ରତ୍ୟେକ ଦିନ ଜମୁଛି ଲକ୍ଷାଧିକ ଲୋକଙ୍କ ସମାଗମ । ଖିଆପିଆ ସହ ବିଭିନ୍ନ ପ୍ରକାର ର ସାମଗ୍ରୀର କିଣାବିକା ବି ବେଶ ଜମୁଛି।ଏସବୁ ଭିତରେ ଗାନ୍ଧୀ ଶିଳ୍ପୀ ବଜାର ରେ ଥିବା ପାରମ୍ପରିକ ଅଳଙ୍କାର ଦୋକାନ ଗୁଡ଼ିକରେ ଜମୁଛି ନାହିଁ ନଥିବା ଭିଡ।ବିଭିନ୍ନ ପ୍ରକାର ର ଧାତୁରେ ନିର୍ମିତ ହାତ  ତିଆରି ଅଳଙ୍କାର ମହିଳା ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି  । ପୁରାତନ ସଭ୍ୟତା ରେ ପ୍ରଚଳିତ ହେଉଥିବା antique ଡିଜାଇନ୍ ର ପ୍ରସ୍ତୁତ ବିଭିନ୍ନ ପ୍ରକାର ର ଅଳଙ୍କାର କୁ ମହିଳା ମାନେ ଖୁବ୍ ପସନ୍ଦ କରୁଛନ୍ତି।ଯାହାର ଦର 120ଟଙ୍କାରୁ ଆରମ୍ଭ କରି 450ଟଙ୍କା ପଯ୍ୟନ୍ତ ରହିଛି । 

    ଠିକ ସେହିପରି ବାଲିଯାତ୍ରା ର ଗାନ୍ଧୀ ଶିଳ୍ପ ବଜାର ରେ ଥିବା ଆଉ ଏକ ସ୍ବତନ୍ତ୍ର ଷ୍ଟଲ ହେଉଛି କଟକ ର ତାରକସି ଜିନିଷ ର। ଯାହାକି ଢେର ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ସିଲଭର ସିଟି କଟକ ର ସୂକ୍ଷ୍ମ କାରୁକାର୍ଯ୍ୟ ର ଛାପ ରହିଛି। ପ୍ରତ୍ୟେକଟି ଅଳଙ୍କାରରେ ତାରକସୀ ର ସ୍ପଷ୍ଟ ଝଲକ ଦେଖିବାକୁ ମିଳୁଛି । ସୂକ୍ଷ୍ମ କାରୁକାର୍ଯ୍ୟ ରେ ପ୍ରସ୍ତୁତ ଏସବୁ ଅଳଙ୍କାର ବେଶ ଆକର୍ଷଣୀୟ ହୋଇଥିବାରୁ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ ପଲଟିଛି ବୋଲି କହିଛନ୍ତି ଗ୍ରାହକ । ଏଥର ପ୍ରଥମ ଥର ପାଇଁ ସୂକ୍ଷ୍ମ କାରୁକାର୍ଯ୍ୟ ର ଅଳଙ୍କାର ଏହି ମେଳାକୁ ଆଣିଛନ୍ତି ପୁରୀ ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଯାହା ଏହି ମେଳାକୁ ଆସୁଥିବା ଗ୍ରାହକଙ୍କ ପସନ୍ଦ ପାଲଟିଛି ବୋଲି କହିଛନ୍ତି ଏହି ଗହଣା ବ୍ୟବସାୟୀ ।

    ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବାଲିଯାତ୍ରା ବନ୍ଦ ଥିବା ବେଳେ ଏଥର ପୁଣି ଥରେ ଆରମ୍ଭ ହୋଇଥିବା ବାଲିଯାତ୍ରା କୁ ଖୁବ୍ ଉପଭୋଗ କରୁଛନ୍ତି ଲୋକେ ଆଉ ମେଳା ରେ  ବ୍ୟବସାୟ ମଧ୍ୟ ବେଶ୍ ଜମୁଛି ।

    ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

  • ବାଲିଯାତ୍ରା ପାଇଁ ଗଛକଟା: ଚିନ୍ତିତ ପରିବେଶବିତ୍

    କଟକ: ଏଥର ଅନ୍ତର୍ଜାତୀୟ ସ୍ତରର ହେବ କଟକ ବାଲିଯାତ୍ରା। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବାଲିଯାତ୍ରାକୁ କରାଯିବ ଆକର୍ଷଣୀୟ। ସ୍ୱଚ୍ଛ ସବୁଜ ମେଳା ଲକ୍ଷ୍ୟ ନେଇ ପ୍ରଥମଥର ପାଇଁ ପଡ଼ିଆରେ ଆରମ୍ଭ ହେଉଛି ଗ୍ରୀନ କଭର ପ୍ରକଳ୍ପ। ଯେଉଁଠି ବସିବା ପାଇଁ କରାଯାଇଛି ସୁବ୍ୟବସ୍ଥା। ସେପଟେ ବାଲିଯାତ୍ରା ପଡିଆରେ ଲକ୍ଷାଧିକ ଲୋକଙ୍କ ସମାଗମ ପରେ ବଢିପାରେ ପ୍ରଦୂଷଣ ମାତ୍ରା। ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ପରିବେଶବିତ।

    ରାଜ୍ୟସ୍ତରୀୟ ମାନ୍ୟତା ପରେ ଏବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବାଲିଯାତ୍ରା ଆୟୋଜନ ନେଇ ଲାଗିଛି ଜିଲ୍ଲା ପ୍ରଶାସନ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ତାହାର ଗୌରବମୟ ଇତିହାସ ସହ ସ୍ୱଚ୍ଛ ସବୁଜ ବାଲିଯାତ୍ରା ପ୍ରସ୍ତୁତିରେ ଦିନରାତି ଚାଲିଛି କାମ। ପ୍ରଥମଥର ପାଇଁ ଗ୍ରୀନ କଭର ପ୍ରକଳ୍ପର କାର୍ଯ୍ୟ ଏବେ ଚାଲିଛି ଦ୍ରୁତଗତିରେ। ଏହି ଗ୍ରୀନ କଭର ଭିତରେ ସଜେଇ ହେଉଛି ୪୦୦ରୁ ଉର୍ଦ୍ଧ୍ବ ଗଛ। ଗଛ ଗୁଡିକୁ ରଙ୍ଗବେରଙ୍ଗ କରାଯିବା ସହ ରଙ୍ଗୀନ ଆଲୋକମାଳାରେ ସଜାଯିବ। ଚତୁଃପାର୍ଶ୍ୱରେ ବସିବା ପାଇଁ ନିର୍ମାଣ ହେଉଛି ପିଣ୍ଡି। ଯେଉଁଠି ମେଳା ବୁଲିବା ସହ ଥକା ମେଣ୍ଟାଇବେ ପର୍ଯ୍ୟଟକ। ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଥର ଗହଳି ମୁକ୍ତ ବାଲିଯାତ୍ରାଳ ଆୟୋଜନ ହେବାକୁ ଯାଉଥିବା କହିଛନ୍ତି କଟକ ଜିଲ୍ଲାପାଳ।

    ସେପଟେ କରୋନା କଟକଣା ହଟିବା ପରେ ଏଥର ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ ହୋଇପାରେ। ଲୋକଙ୍କ ଚାଲିବା ଦ୍ୱାରା ପ୍ରଚୁର ଧୂଳି ଉଡିବା ଏକ ମୁଖ୍ୟ ସମସ୍ୟା ଦେଖାଦେଇପାରେ ମେଳାରେ। ବିଗତ ଦିନରେ ଏହି ସମସ୍ୟା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ରାସ୍ତାରେ ଥରେ ଦୁଇଥର ପାଣି ଛିଞ୍ଚି ନିଜର ଦାଇତ୍ୱ ସାରିଦେଉଥିବା ପ୍ରଶାସନକୁ ଏଥର କିନ୍ତୁ କରିବାକୁ ପଡିବ ଠୋସ ବ୍ୟବସ୍ଥା। ସେପଟେ ପର୍ଯ୍ୟାପ୍ତ ପରିମାଣର ଜଳ ସିଞ୍ଚନ ବ୍ୟବସ୍ଥା କରିବାକୁ କହିଛନ୍ତି ପରିବେଶବିତ। ଏଥିସହିତ ବ୍ୟବସାୟୀ ମାନେ ମଧ୍ୟ ନିଜ ପ୍ରଚେଷ୍ଟାରେ ନିଜ ଷ୍ଟଲ ସାମ୍ନାକୁ ସ୍ୱଚ୍ଛ ସବୁଜ ରଖିବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ।

    ଚଳିତଥର ଭିଡ  ମୁକ୍ତ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ରାସ୍ତା ପ୍ରଶାସ୍ତିକରଣ କରିବା ସହ ୧୦ଟି ପ୍ରବେଶ ଓ ପ୍ରସ୍ଥାନ ପଥ ନିର୍ମାଣ କରିଛନ୍ତି। ଯାହା ମେଳା ବୁଲାକୁ ସୁଗମ କରିବ।

    ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Back to top button