ଓଡ଼ିଶା

ଜମିବାରେ ଲାଗିଛି ଐତିହାସିକ ବାଲିଯାତ୍ରା

କଟକ:  ଐତିହାସିକ ବାଲିଯାତ୍ରାରେ ଭିଡ ଦିନକୁ ଦିନ ବେଶ୍‌ ଜମିବାରେ ଲାଗିଛି । ମେଳା ରେ ଲୋକେ ବୁଲାବୁଲି କରିବା ସହ କିଣି ନେଉଛନ୍ତି ବିଭିନ୍ନ ପ୍ରକାର ର ସାମଗ୍ରୀ । ତେବେ ମେଳା ରେ ଯେଉଁ କେତେକ ସାମଗ୍ରୀ ରହିଛି ସେଥି ମଧ୍ୟରୁ ଢେର୍ ଅଧିକ ଚାହିଦା ରହିଛି ଡୋକ୍ରା ଜୁଏଲାରୀ ଏବଂ ସିଲଭର ଜୁଏଲାରୀ । ତେବେ ମେଳା ରେ ପ୍ରଥମ ଥର ପଶ୍ଚିମବଙ୍ଗ ରୁ ଆସିଥିବା ହାତରେ ରେ ତିଆରି ଟ୍ରାଡିସନାଲ ସାମଗ୍ରୀ କୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ମହିଳା ।

ଦିନ ହେଉ କି ରାତି ବାଲିଯାତ୍ରା ର ମେଳା ପଡ଼ିଆରେ ପ୍ରତ୍ୟେକ ଦିନ ଜମୁଛି ଲକ୍ଷାଧିକ ଲୋକଙ୍କ ସମାଗମ । ଖିଆପିଆ ସହ ବିଭିନ୍ନ ପ୍ରକାର ର ସାମଗ୍ରୀର କିଣାବିକା ବି ବେଶ ଜମୁଛି।ଏସବୁ ଭିତରେ ଗାନ୍ଧୀ ଶିଳ୍ପୀ ବଜାର ରେ ଥିବା ପାରମ୍ପରିକ ଅଳଙ୍କାର ଦୋକାନ ଗୁଡ଼ିକରେ ଜମୁଛି ନାହିଁ ନଥିବା ଭିଡ।ବିଭିନ୍ନ ପ୍ରକାର ର ଧାତୁରେ ନିର୍ମିତ ହାତ  ତିଆରି ଅଳଙ୍କାର ମହିଳା ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି  । ପୁରାତନ ସଭ୍ୟତା ରେ ପ୍ରଚଳିତ ହେଉଥିବା antique ଡିଜାଇନ୍ ର ପ୍ରସ୍ତୁତ ବିଭିନ୍ନ ପ୍ରକାର ର ଅଳଙ୍କାର କୁ ମହିଳା ମାନେ ଖୁବ୍ ପସନ୍ଦ କରୁଛନ୍ତି।ଯାହାର ଦର 120ଟଙ୍କାରୁ ଆରମ୍ଭ କରି 450ଟଙ୍କା ପଯ୍ୟନ୍ତ ରହିଛି । 

ଠିକ ସେହିପରି ବାଲିଯାତ୍ରା ର ଗାନ୍ଧୀ ଶିଳ୍ପ ବଜାର ରେ ଥିବା ଆଉ ଏକ ସ୍ବତନ୍ତ୍ର ଷ୍ଟଲ ହେଉଛି କଟକ ର ତାରକସି ଜିନିଷ ର। ଯାହାକି ଢେର ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ସିଲଭର ସିଟି କଟକ ର ସୂକ୍ଷ୍ମ କାରୁକାର୍ଯ୍ୟ ର ଛାପ ରହିଛି। ପ୍ରତ୍ୟେକଟି ଅଳଙ୍କାରରେ ତାରକସୀ ର ସ୍ପଷ୍ଟ ଝଲକ ଦେଖିବାକୁ ମିଳୁଛି । ସୂକ୍ଷ୍ମ କାରୁକାର୍ଯ୍ୟ ରେ ପ୍ରସ୍ତୁତ ଏସବୁ ଅଳଙ୍କାର ବେଶ ଆକର୍ଷଣୀୟ ହୋଇଥିବାରୁ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ ପଲଟିଛି ବୋଲି କହିଛନ୍ତି ଗ୍ରାହକ । ଏଥର ପ୍ରଥମ ଥର ପାଇଁ ସୂକ୍ଷ୍ମ କାରୁକାର୍ଯ୍ୟ ର ଅଳଙ୍କାର ଏହି ମେଳାକୁ ଆଣିଛନ୍ତି ପୁରୀ ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଯାହା ଏହି ମେଳାକୁ ଆସୁଥିବା ଗ୍ରାହକଙ୍କ ପସନ୍ଦ ପାଲଟିଛି ବୋଲି କହିଛନ୍ତି ଏହି ଗହଣା ବ୍ୟବସାୟୀ ।

ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବାଲିଯାତ୍ରା ବନ୍ଦ ଥିବା ବେଳେ ଏଥର ପୁଣି ଥରେ ଆରମ୍ଭ ହୋଇଥିବା ବାଲିଯାତ୍ରା କୁ ଖୁବ୍ ଉପଭୋଗ କରୁଛନ୍ତି ଲୋକେ ଆଉ ମେଳା ରେ  ବ୍ୟବସାୟ ମଧ୍ୟ ବେଶ୍ ଜମୁଛି ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button