bjd link

  • ନାଗ ଦମ୍ପତ୍ତି ବିଜେଡିର!

    ଭୁବନେଶ୍ବର:  ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଗୃହରେ ସରଗରମ ଆଲୋଚନା। ନାଗ ଦମ୍ପତ୍ତିଙ୍କ କଳାସାମ୍ରାଜ୍ୟ ପଛରେ କାହାର ବଳ, ତାକୁ ନେଇ ଶାସକ ଦଳକୁ ଘେରିଥିଲା ବିରୋଧୀ। ଅପରାଧୀଙ୍କ ସୁରକ୍ଷାକବଚ ସରକାର ସାଜିଛନ୍ତି କହି ଏହି ରହସ୍ୟମୟ ଘଟଣାରେ ପୁଲିସ ଓ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ। ସେପଟେ ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଏଭଳି ଅଭିଯୋଗ ଭିତ୍ତିହୀନ। ଯିଏ ସଂପୃକ୍ତ ଥିବେ ଧରାପଡ଼ିବେ, ଆକ୍ସନ ହେବ। ମୁଖ୍ୟମନ୍ତ୍ରୀ କାହାକୁ ଘଣ୍ଟ ଘୋଡ଼ାନ୍ତିନି।

    ସେଥିଲାଗି ଘଟଣାକୁ ଚପାଇବାକୁ ଚକ୍ରାନ୍ତ ଆଉ ତଥ୍ୟକୁ ଲୁଚାଇବାକୁ ଷଡ଼ଯନ୍ତ୍ର କରିଛନ୍ତି ସରକାର। ନିଜର ଅପାରଗତା ଓ ସନ୍ଦିଗ୍ଧ ସଂପୃକ୍ତିର ସ୍ୱରୂପକୁ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଓ ରାଜ୍ୟ ପୁଲିସର ନିଷ୍କ୍ରିୟତା ପ୍ରତିଫଳିତ କରୁଛି। ଆଇନ ତା ବାଟରେ ଯାଉଛି କହି ୨୨ ବର୍ଷ ହେଲା ଘୋଷି ହେଉଥିବା ମୁଖ୍ୟମନ୍ତ୍ରୀ କାହିଁକି ନୀରବ। ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ ଓ ସେକ୍ସ ସ୍କାଣ୍ଡାଲରେ ଅନେକ ନେତା, ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି, ଫଟୋ, ସିଡି ଥିଲେ ବି ପୁଲିସ ଥରୁଟିଏ ବି ଡାକିଲାନି। ବରଂ ଇଡ଼ି ତନାଘନା ଆରମ୍ଭ କରିଛି। ଇଡିକୁ ରାଜ୍ୟ ପୁଲିସ ତଦନ୍ତରେ ସହଯୋଗ କରୁଛି ତ। ଏମିତି ବାଗରେ ଅର୍ଚ୍ଚନା ନାଗ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଶାସକ ଦଳ ଓ ମୁଖିଆଙ୍କୁ ଘେରିଥିଲା ବିରୋଧୀ।

    ସେପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ଅର୍ଚ୍ଚନା ପ୍ରସଙ୍ଗରେ କି ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କାହାକୁ ଘଣ୍ଟ ଘୋଡ଼ାନ୍ତିନି। ଆଇନ ତା ବାଟରେ ଯାଉଛି। ନାଗ ଦମ୍ପତ୍ତି ମାମଲାରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୁଲିସ ଇଡିକୁ ସହଯୋଗ କରୁଛି। ବିଧାୟକ, ନେତାଙ୍କ ସଂପୃକ୍ତି ସତ ହେଲେ ଏହା ଅସମ୍ମାନ ଓ ପ୍ରଶାସନିକ ଅଧିକାରୀଙ୍କ ଲିଂକ ସତ ପ୍ରମାଣିତ ହେଲେ ଏହା ଅମର୍ଯ୍ୟଦା ହେବ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ।

    ବହୁ ଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ଘମାସାନ ଆଲୋଚନା ହୋଇଛି। ତେବେ ଏହି ଏପିସୋଡକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ସାଙ୍ଗକୁ ଇଡିର ଜୋରଦାର ତନାଘନା ଭିତରେ ବଡ଼ବଡ଼ିଆଙ୍କ ସଂପୃକ୍ତିର ସ୍ପଷ୍ଟତା ପ୍ରତିଫଳିତ ହେବାକୁ କେତେ ସମୟ ଲାଗିବ, ତାହା ଉପରେ ନଜର।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button