ଓଡ଼ିଶାର ରାଜନୀତିରେ ପୁଣି ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଉଭୟ ନେତାଙ୍କ ଗସ୍ତର ରାଜନୈତିକ ମହତ୍ତ୍ୱକୁ ନେଇ ଏବେ ଚର୍ଚ୍ଚା ଚାଲିଛି।