ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଲାଗି ଏକ ପ୍ରେରଣାଦାୟୀ ଭିଡ଼ିଓ କରିଥିଲେ ବାନୋ। ଭିଡ଼ିଓରେ ଜୟହିନ୍ଦ୍ ବା ବନ୍ଦେ ମାତରମ କହିନଥିଲେ। ହିନ୍ଦୁ ଲିଗାଲ ଫଣ୍ଡ୍ ମୁଖ୍ୟ ସଚିବଙ୍କୁ ଫେରାଦ ହୋଇଥିଲା। ଅସସଲାମ ଓ୍ୱାଲେକୁମରୁ ଆରମ୍ଭ କରି ଇନସାଆଲ୍ଲାହ କହିଥିଲେ। ଆଉ ଜଜାକଲ୍ଲାହ କହି କଥା ଶେଷ କରିଥିଲେ।ଜଣେ ସଂଖ୍ୟାଲଘୁ ମହିଳା ଆଇପିଏସଙ୍କ ପ୍ରତି ଏମିତି କାହିଁକି ପାତରଅନ୍ତର ବୋଲି ପ୍ରଶ୍ନ ବି ଉଠିଛି।
ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କୁ ଲୋକେ ଟ୍ରୋଲ କରିଛନ୍ତି। ଜୟହିନ୍ଦ୍ ଓ ବନ୍ଦେ ମାତରମ କହିବା ଛାଡ଼ି ଜଣେ ଆଇପିଏସ ସଲାମ ଓ୍ୱାଲେକୁମ୍ କହୁଛନ୍ତି। ହିନ୍ଦୁ ଲିଗାଲ ଫଣ୍ଡ ପକ୍ଷରୁ ଅଭିଯୋଗରେ କୁହାଯାଇଛି, ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ସାର୍ବଜନୀନ ବୟାନ ଦେବା ବେଳେ ଧାର୍ମିକ ଶବ୍ଦର ବ୍ୟବହାର କେମିତି କରୁଛନ୍ତି।