ଉଦ୍ଧାର କରାଯାଇଥିବା ପାଞ୍ଚ ଜଣ ଶିଶୁ ଓରାଙ୍ଗଉଟାନ୍ ମାନଙ୍କୁ ସେମାନଙ୍କର ମୂଳ ଜଙ୍ଗଲ କୁ ଫେରାଇବା ପାଇଁ ବନ୍ୟଜୀବ କାର୍ଯ୍ୟକର୍ତାମାନେ ଲଗାତାର ବାଧ୍ୟ କରୁଛନ୍ତି |କିନ୍ତୁ ଅନୁବଂଶିକ ଯାଞ୍ଚ ଓ ଅନ୍ୟାନ୍ୟ ନିୟମ ଆଦି କାରଣ ଏହି ପ୍ରକ୍ରିୟା କୁ ବହୁତ ଜଟିଳ କରିଦେଉଛି।
ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନ କୁ ଶନିବାର ଦିନ ଗୁଜରାଟ ର ଏକ ଟ୍ରଷ୍ଟ ରୁ 58 ଟି ବନ୍ୟଜୀବ ଦାନ କରାଯାଇଛି | ନୂଆ ବନ୍ୟଜନ୍ତୁ ଶାମିଲ ହେବାପରେ ନନ୍ଦନକାନନର ମୋଟ ପ୍ରଜାତି ସଂଖ୍ୟା ବଢି 188 ରେ ପହଁଚିଛି |
ଭୋଗରାଇ ବଡ଼ପାହି ଜଙ୍ଗଲରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ତଦନ୍ତ ଜୋରଦାର କରିଛି STF । CCTVରେ ଦେଖାଯାଇଥିବା କଳା ଥାର୍ ଗାଡ଼ି, ସମ୍ଭାବ୍ୟ ଜଳପଥ ଓ ପଶ୍ଚିମବଙ୍ଗ ରୁଟ୍କୁ ନେଇ ଛାନଭିନ୍ ଚାଲିଛି । ଅନ୍ୟପଟେ ନନ୍ଦନକାନନରେ ଓରାଙ୍ଗଉଟାନ୍ମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା ସହ DNA ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ତେବେ ସେମାନେ କେଉଁଠାରୁ ଆସିଲେ ଓ କିଏ ଆଣିଲା, ତାହା ଏବେ ବଡ଼ ପ୍ରଶ୍ନ ।