ଧାମନଗର ଅବକାରୀ ବିଭାଗ ପକ୍ଷରୁ ଆଜି ଅସୁରାଳି ନିକଟସ୍ଥ ଉଚ୍ଚପଦା ଛକରେ ଚଢ଼ଉ କରାଯାଇ ୧୪୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ବଜାରରେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।
ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠନ କରିଥିଲେ | ଏହି ସ୍ୱତନ୍ତ୍ର ଟିମ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଜାତୀୟ ରାଜପଥ ଓ ମାର୍କୋଣା ରେଲୱେ କଲୋନୀ ଓ ନିଶ୍ଚନ୍ତା ଗ୍ରାମରେ ଚଢ଼ାଉ କରିଥିଲା | ଯେଉଁଥିରେ ୩୦ ଲିଟର ଦେଶୀ ମଦ, ୫.୪୦୦ ଲିଟର ବିଦେଶୀ ମଦ ଓ ୨୫ ଲିଟର ବିଅର ଜବତ କରିଛି |