ଜେନ୍ -ଜି ଆଜି ଯାଏଁ ସବୁଠୁ ସ୍ୱଛ ପୀଢ଼ି କହିଲେ ମୋହନ। ସେମାନେ ଆଣ୍ଟି-ନାସନାଲ ବା ରାଷ୍ଟ୍ରବିରୋଧୀ ନୁହଁନ୍ତି। ସେମାନଙ୍କ ଅଭିଯୋଗ ବିଲକୁଲ ଯଥାର୍ଥ। ନୂଆ ପୀଢ଼ିଙ୍କୁ ନେଇ ନକରାତ୍ମକ ଦୃଷ୍ଟିକୋଣ ତିଆରି କରିବା ଠିକ ନୁହେଁ। ବିରୋଧୀ କହିଛନ୍ତି, ଭାଗଓ୍ୱତଙ୍କ ବିଭାଜନ ପଲିଟିକ୍ସର ଆଦର୍ଶ ଓ ଭାବନା ସେମିତି ରହିଛି। କେବଳ ଭାଷା ପରିବର୍ତ୍ତନ ହୋଇଛି। ଖାକି ପୋଷାକ କେବଳ ପତଳା ହୋଇଛି। ସେପଟେ ଜେନ-ଜିଙ୍କୁ ମୋହନ ଭାଗଓ୍ୱତଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।
ଗୁଇନ୍ଦା ରିପୋର୍ଟ ଅନୁସାରେ, ମୁଖ୍ୟ ଅତିଥି ସିଜେଆଇଙ୍କୁ ବିରୋଧ କରିବାର ଆଶଙ୍କା ଥିଲା। ଏହା ସହ ପ୍ରଶାସନର ବି ଡର ଥିଲା, କାର୍ଯ୍ୟକ୍ରମ ବେଳେ ସିଜେପି ଆନ୍ଦୋଳନ ସହ ଜଡ଼ିତ ତତ୍ତ୍ୱ ବିକ୍ଷୋଭ ଓ ହଙ୍ଗାମା କରିପାରନ୍ତି। ଶୁକ୍ରବାର ସଂଧ୍ୟାରେ ଟିସ୍ ପ୍ରଶାସନ ମିଡିଆକୁ ଜାରି କରିଥିବା ପ୍ରେସରିଲିଜରେ କୁହାଯାଇଥିଲା, ସଂସ୍ଥା ଆକଳନ କରିଥିଲା ଯେ, ଦୀକ୍ଷାନ୍ତ ସମାରୋହ ଅନୁକୂଳ ମାହୋଲରେ ଆୟୋଜନ କରାଯାଇପାରୁନି। କାର୍ଯ୍ୟକ୍ରମ କରିଥିଲେ ଗଣମାନ୍ୟ ବ୍ୟକ୍ତି,ଅତିଥି ଓ କ୍ୟାମ୍ପସ ପ୍ରଭାବିତ ହୋଇଥାଆନ୍ତା।