କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ ବିବାଦ। ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁନୀଲ ନାୟକଙ୍କ ବିରୋଧରେ ମହିଳା ଅଧ୍ୟାପିକା ପ୍ରତିଭା ସେଠୀ ଆଣିଛନ୍ତି ଅଭିଯୋଗ। ନିୟମିତ କ୍ଲାସ୍ ନକରିବା, ଅଧ୍ୟାପିକାଙ୍କୁ ଗାଳିଗୁଲଜ କରିବା ଏବଂ କଲେଜ ପରିସରରେ ପାନ ଖାଇ ଟହଲ ମାରିବା ଭଳି ଅଭିଯୋଗ ଆସିଛି। ଅନ୍ୟପଟେ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ପାଲଟା ଅଭିଯୋଗ ଆଣିଛନ୍ତି HOD। ଘଟଣା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଉଦ୍ୟମ ହୋଇଥିବା ବେଳେ, ନ୍ୟାୟ ନମିଳିଲେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଅଧ୍ୟାପିକା।
ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସେମାନଙ୍କ ସହ ଶାଳୀନତା ଓ ଧୈର୍ଯ୍ୟର ସହ ବ୍ୟବହାର କରିବା ନିୟୋଜିତ କର୍ମଚାରୀଙ୍କ ଦାୟିତ୍ୱ। ଏପରି ସ୍ଥାନରେ ମାଡ଼ପିଟ୍ ଭଳି ଅଭିଯୋଗ ଆସିବା ମନ୍ଦିରର ଶୃଙ୍ଖଳା ଓ ମର୍ଯ୍ୟାଦା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ଶ୍ରୀମନ୍ଦିରରେ ଜେଟିପିଙ୍କ ଗୁଣ୍ଡାରାଜ ଚାଲିବା ସହ ଦର୍ଶନକୁ ନେଇ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିରରେ ଦର୍ଶନକୁ ନେଇ ଜଣେ ଫୋଟ ସାମ୍ବାଦିକଙ୍କୁ ଜେଟିପି ମାଡ଼ ମାରିବା ସହ ଜାତିଆଣା ମନ୍ତବ୍ୟ ନେଇ ଅଭିଯୋଗ ହୋଇଛି।