ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ସହ ‘ଫୁଟବଲ୍ ଖେଳାଳି’ ଚିହ୍ନ ମିଳିଛି। ଅନ୍ୟପକ୍ଷରେ, ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଲିଫାଫା’ ଚିହ୍ନ ଦିଆଯାଇଛି। ଆସନ୍ତା ଅକ୍ଟୋବର ୬ର ଉପନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ଆସିଛି।
ଆଜି ଦୁଇ ଗୋଷ୍ଠୀକୁ ନୂଆ ନାଁ ଓ ଲୋଗୋ ଦେଇଛନ୍ତି। ହେଲେ ଏହା ଅନ୍ତରୀଣ ଆଦେଶ। ପଶ୍ଚିମବଙ୍ଗ ଉପନିର୍ବାଚନ ପୂର୍ବରୁ ଉଭୟ ଗୋଷ୍ଠୀକୁ ୩ଟି ଲେଖାଏଁ ନାଁ ଓ ଚିହ୍ନ ଦେଇଥିଲେ ନିର୍ବାଚନ କମିଶନ। ଏହା ପରେ କମିଶନ ଅନ୍ତିମ ନିର୍ଣ୍ଣୟ ନେଇଥିଲେ। ନିଜକୁ ଅସଲ ଟିଏମସି କହି ଉଭୟ ଦାବି କରୁଥିଲେ।
ଟିଏମସିରେ ବିଭାଜନର ପର୍ବ ଜାରି ରହିଛି। ଗୁରୁବାର ରାଜ୍ୟସଭା ସାଂସଦ କୋୟଲ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି। କୋଏଲଙ୍କ ଇସ୍ତଫା ସହ ରାଜ୍ୟସଭାରେ ଟିଏମସିର ୪ଟି ଓ୍ୱିକେଟ ପଡ଼ିଲାଣି।ଦଳରେ ନେତୃତ୍ୱ ଶୈଳୀକୁ ନେଇ ଅସନ୍ତୋଷ ବଢ଼ୁଛି।