ବନ୍ଦେ ମାତରମକୁ ନେଇ ପୁଣି ତେଜିଲା ରାଜନୀତି। କଂଗ୍ରେସର ଦୁଇ ସ୍ତବକ ଗାଇବା ନିଷ୍ପତ୍ତିକୁ ନେଇ ବିଜେପିର ଜୋରଦାର ବିରୋଧ। ଅମିତ ଶାହ କହିଲେ—ଦେଶ ବିରୋଧୀ ନିଷ୍ପତ୍ତି। ଅନ୍ୟପଟେ କଂଗ୍ରେସ କହୁଛି—ଏହା ୧୯୩୭ର ଐତିହାସିକ ନିଷ୍ପତ୍ତିର ଅନୁସରଣ। ତେବେ କାହିଁକି ଦୁଇ ସ୍ତବକକୁ ନେଇ ଏତେ ବଡ଼ ବିବାଦ?
ନୂଆ ଆଇନ ଅନୁସାରେ, ବନ୍ଦେ ମାତରମ ଗୀତ ବେଳେ ଜାଣିଶୁଣି ବାଧା ଦେବା, ଏହାକୁ ରୋକିବାକୁ ପ୍ରୟାସ କଲେ ଜରିମାନା, ୩ ବର୍ଷ ଯାଏ ଜେଲ ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ବନ୍ଦେ ମାତରମ ଗାୟନକୁ ନେଇ ନୂଆ ରାଜନୀତିକ ବିବାଦ ଛିଡ଼ା ହୋଇଛି। ବିଜେପି ଆରୋପ ଲଦିଛି ଯେ, ସୋନିଆ ଓ ରାହୁଲ ଗାନ୍ଧୀ ପୁରା ବନ୍ଦେ ମାତରମ ଗୀତ ବଜାଇବା ଉପରେ ଆପତ୍ତି ଉଠାଇଥିଲେ। ଆଉ ଏହାକୁ ମଝିରୁ ରୋକିବାକୁ ପ୍ରୟାସ କରିଥିଲେ।