ମୌଳିକ ସବୁଧା ସୁଯୋଗରୁ ବଞ୍ଚିତ ଏକ ଗାଁ

ପିପିଲି: ନାହିଁ ନାହିଁରେ ପିପିଲି ବ୍ଲକ ସଂପୁର ପଞ୍ଚାୟତର ଗୋକନ ମଳିକ ସାହି । ଏହି ଗାଁରେ ରହୁଛନ୍ତି ୩୦ ରୁ ଅଧିକ ପରିବାର । ସ୍ବାଧୀନତାର ୭୫ ବର୍ଷ ପରେ ବି ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ । ନା ଅଛି ରାସ୍ତା ନା ମିଳୁଛୁ ପାନୀୟ ଜଳ, ଏମିତି କି ବିଦ୍ୟୁତ ଖୁଣ୍ଟ ଥିଲେ ବି ଘର ଅନ୍ଧାରରେ ସାହିବାସୀ । ବାରମ୍ୱାର ସରକାରଙ୍କୁ ଗୁହାରୀ କରିଲେ ମଧ୍ୟ ଫଳ ଶୂନ । ଯେମିତି ସରକାରଙ୍କ ଦୃଷ୍ଟି ଅଢୁଆଳରେ ରହି ଯାଇଛି ଏହି ଗାଁଟି ।
ଗାଁରେ ରହୁଛନ୍ତି ୩୦ରୁ ଅଧିକ ପରିବାର । ସ୍ବାଧୀନତାର ୭୫ ବର୍ଷ ପରେ ବି ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ ହୋଇରହିଛି । ନା ଅଛି ଗାଁକୁ ଯିବା ପାଇଁ ଭଲ ରାସ୍ତା ନା ମିଳୁଛି ଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ ଖୁଣ୍ଟ ଅଛି କିନ୍ତୁ ଘର ଅନ୍ଧାର, ଝାଟିମାଟି ଘରେ ରହୁଛନ୍ତି, କିନ୍ତୁ ଲୋକଙ୍କୁ ମିଳୁନି ଆବାସ ଯୋଜନା । ଫନି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ମିଳିନି କ୍ଷତିପୂରଣ । ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ କେନାଲ ରାସ୍ତାରେ ଯିବା ଆସିବା କରନ୍ତି ଗାଁଲୋକେ ।ବର୍ଷା ହେଲେ ପିଲାଙ୍କ ପାଠ ପଢା ବନ୍ଦ। ଏମିତି କି ଆମ୍ୱୁଲାନ୍ସ ମଧ୍ୟ ଯାଇପାରୁନି ସାହି ଭିତରକୁ । ଫଳରେ ରୋଗୀମାନେ ମଧ୍ୟ ହଇରାଣ ହୋଇଥାନ୍ତି । ବଜାର ଘାଟ କିମ୍ବା ଓୌଷଧ ଆଣିବା ପାଇଁ ପାଞ୍ଚ କିଲୋମିଟର ରାସ୍ତା ବୁଲି କି ଯିବାକୁ ପଡୁଛି । ସମସ୍ୟାର ଗନ୍ତାଘର ସଂପୁର ପଞ୍ଚାୟତ, ଆଉ ସରାକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗାଁଟି। ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଗୁହାରୀ କରିଲେ ମଧ୍ୟ ଫଳ ଶୂନ ଥିବା ଗ୍ରାମବାସୀ ଅଭିଯୋଗ କରନ୍ତି।
ଏହି ସବୁ ସମସ୍ୟା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଗାଁଲୋକେ। ହେଲେ କେହି ବି ଶୁଣୁ ନାହାନ୍ତି ସେମାନଙ୍କ କଥା । ଏସମ୍ପର୍କରେ ସରପଞ୍ଚଙ୍କୁ ପଚାରିବା ତାଙ୍କ ପ୍ରତିକ୍ରିୟା କି, ବିଧାୟକ ଏ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବଗତ ଅଛନ୍ତି । ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ କରାଯିବ। ଅନ୍ୟପଟେ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବିଧାୟକ । ଏବେ ଦେଖିବାକୁ ବାକି ରହିଲା କେବେ ଏହି ଗ୍ରାମବାସୀଙ୍କ ଦୁଃଖ ଦୂର ହେବ।
ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ