ଏହାରି ଭିତରେ ଏକ କଚୋଡ଼ି, ଦୋ ସମୋସା, ଇନ ମର୍ଦ୍ଦୋକା କ୍ୟା ଭରସାର ନାରାବାଜିର ଭାଇରାଲ ଭିଡ଼ିଓକୁ ନେଇ ସବୁଠି ଚର୍ଚ୍ଚା। ଏହି ନାରାକୁ ନେଇ ବିତର୍କର ପାହାଡ଼ ଛିଡ଼ା ହୋଇଛି। କାରଣ ଅନେକ ୟୁଜର୍ସ କହିଲେଣି, ଅପରାଧ କେହି ବି କରିପାରନ୍ତି। ସମସ୍ତ ପୁରୁଷ ଏକ ନୁହଁନ୍ତି। ଆଉ କେହି କହିଲେଣି, ପୁରୁଷ ମହିଳାଙ୍କ ସୁରକ୍ଷା କରିଥାଆନ୍ତି। ଭୁଲ୍ କରୁଥିବା ବ୍ୟକ୍ତି ଯେକୌଣସି ଲିଙ୍ଗର ହୋଇପାରେ। ପୁରା ପୁରୁଷ ସମାଜକୁ ଏହା ସହ ଯୋଡ଼ିବା ଅନୁଚିତ।
ଶବର ଦରପୋଡ଼ା ଅଂଶ ଖାଇବାକୁ ଲାଗିଲା। ଚିତାର ପାଉଁଶ ନିଜ ଦେହରେ ବୋଳିଥିଲା। ଏହାକୁ ଖାଇବା ପରେ ଏହାକୁ ଟେଷ୍ଟି ଓ ହଟ୍ ବୋଲି କହିଥିଲା। ଏଭଳି ଭିଡ଼ିଓ ଦେଖି ହିନ୍ଦୁ ଧାର୍ମିକ ନେତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଥିଲା। କାଳଭୈରବ ଘାଟ ସ୍ଥିତ ହିନ୍ଦୁ ସନ୍ଥ ଓ ତାନ୍ତ୍ରିକ ବିଷ୍ଣୁ ନାଥ ଉଜୈନ ପୁଲିସରେ ଏ ନେଇ ଏତଲା ଦେଇଥିଲେ।
ସମସ୍ତେ ଗୋଟିଏ ସ୍ୱରରେ ଜୟ ଜୟ ମୋଦି, ହର ହର ମୋଦିର ନାରାକୁ ବାରମ୍ୱାର ଦୋହରାଇଥିଲେ। ଏମାନଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଭଳି ଅନେକ ଭକ୍ତିର ମାମଲା ପୂର୍ବରୁ ବି ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମନ୍ଦିର ତିଆରି କରିବା କଥା ବି ସାମ୍ନାକୁ ଆସିଥିଲା।