ଅଭିନେତ୍ରୀ ବୈଶୀଳୀ ଠାକ୍କରେ ଆତ୍ମହତ୍ୟା ଘଟଣା

Spread the love

ଆରପାରିରେ ଲୋକପ୍ରିୟ ଟିଭି ସିରିଏଲ୍ ଅଭିନେତ୍ରୀ ବୈଶାଳୀ ଠାକ୍କରେ। ଇନ୍ଦୋର ସ୍ଥିତ ସାଇ ବାଗ୍ ଫ୍ଲାଟରୁ ବୈଶାଳୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲସି ସୂଚନା ଦେଇଛି। ତାଙ୍କର ଏଭଳି ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ୩୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆତ୍ମହତ୍ୟା କରିବା ପଛର ରହସ୍ୟ କଣ ରହିଛି ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ବୈଶାଳୀ ବେକରେ ଫାସି ଦେଇ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏନେଇ ପୋଲିସ ଛାନଭିନ ଜାରି ରଖିଥିବା ବେଳେ ପୋଲିସ ହାତରେ ଏକ ପ୍ରମାଣ ଲାଗିଛି। ଯାହାକୁ ନେଇ ଆତ୍ମହତ୍ୟାର ଗୁମର ଖୋଲୁଛି। ବୈଶାଳୀର ଡାଇରୀ ପୋଲିସ ହାତରେ ହସ୍ତକ୍ଷେପ ହୋଇଛି। ଯେଉଁଥିରେ ଏକ ସୁଇଶାଇଡ୍ ନୋଟ୍ ଲେଖା ହୋଇଛି। ଏହି ନୋଟରେ ଜଣେ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ ହୋଇଛି। ଯିଏ କି ବୈଶାଳୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।

ବୈଶାଳୀ ଠାକ୍କରେଙ୍କ ସୁସାଇଡ୍ ନୋଟରେ ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ନାଁ ରହିଛି। ରାହୁଲ ବୈଶାଳୀଙ୍କୁ ମାନସୀକ ଏବଂ ଶାରୀରିକ ଭାବେ ନିର୍ଯାତନା ଦେଉଥିବା ନୋଟରେ ଉଲ୍ଲେଖ ରହିଛି। ଏବଂ ଏହି ନୋଟରେ ବୈଶାଳୀ ତାଙ୍କ ମା ବାପାଙ୍କୁ କ୍ଷମା ମାଗିବା ସହ ମୁଁ ଜଣେ ଭଲ ଝିଅ ହୋଇପାରିଲି ନାହିଁ ବୋଲି ଲେଖା ହୋଇଛି। ଡାଇରୀରେ ରାହୁଲ ଓ ଦିଶା ନାମକ ଜଣେ ମହିଳାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ପୋଲିସ ସୂଚନା ଅନୁଯାୟୀ, ଡାଇରୀରେ ଯାହା ସବୁ ଲେଖା ହୋଇଛି ସେଥିରୁ ଜାଣିବାକୁ ମିଳିଛି ଯେ, ବୈଶାଳୀ ମାନସୀକ ଚାପରେ ରହିଥିଲେ। ତାଙ୍କୁ ଗତ କିଛି ମାସ ହେବ ମଧ୍ୟ କାମ ମିଳୁନଥିଲା। ଆତ୍ମହତ୍ୟାର ଠୋସ୍ ପ୍ରମାଣ ପୋଲିସକୁ ଏଯାଏଁ ମିଳିନାହିଁ। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *