ଚାଷୀ ମହଲରେ ଅସନ୍ତୋଷ

Spread the love

ବରଗଡ଼: ଆରମ୍ଭ ହୋଇଛି ଖରିଫ ରୁତୁ ଧାନ କିଣାବିକା ପ୍ରକ୍ରିୟା। ବରଗଡ଼ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଗୋଡଭଗା ମାର୍କେଟ ୱାର୍ଡରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଉପ ଜିଲ୍ଲାପାଳ ଲଲାଟ ଲୁହାଙ୍କ ସହ ଅତିରିକ୍ତ ଯୋଗାଣ ଅଧିକାରୀ, CRCS ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ତେବେ ଯେଉଁ ଚାଷୀଙ୍କ ଟୋକନ୍ ଆସିଛି ତାହାର ଫସଲ ଅମଳ ହୋଇ ନଥିବା ବେଳେ ଯାହାର ଫସଲ ଅମଳ ହୋଇଛି ତାହାର ଟୋକନ୍ ଆସିନାହିଁ। ଏପରି ସ୍ଥିତିରେ ଟୋକନ ଲାପ୍ସ ହେବାର ଆଶଙ୍କା ରହିଛି। ଏନେଇ ଚାଷୀ ଅସନ୍ତୋଷ ଥିବାବେଳେ ଶୀଘ୍ର ଧାନ ଉଠାଇବାକୁ ଚାଷୀ ମହଲରେ ଦାବି ହୋଇଛି।

ସେପଟେ ଚାଷୀଙ୍କ ଧାନ ବିକ୍ରି ପାଇଁ ସୁବ୍ୟବସ୍ଥା କରାଯାଇଥିବା ବେଳେ ଚଳିତ ଖରିଫ ଋତୁ ପାଇଁ ବରଗଡ଼ ଜିଲ୍ଲାର ସମସ୍ତ ୨୨୦ଟି ମାର୍କେଟ ୟାଡ ଖୋଲାଯାଇଛି। ୫୫ ଲକ୍ଷ କ୍ଵିଣ୍ଟାଲ ଧାନ କିଣା ଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆଜି ପର୍ଯ୍ୟନ୍ତ ୧ଲକ୍ଷ ୪୦ହଜାର ୬୧୯ ଜଣ ଚାଷୀ ନିଜର ନାମ ପଞ୍ଜିକରଣ କରିସାରିଛନ୍ତି। ଅନ୍ୟପଟେ ଏଥର ଧାନ ବିକ୍ରୟ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ବରଗଡ ଉପଜିଲ୍ଲାପାଳ ଲଲାଟ ଲୁହା।

Leave a Reply

Your email address will not be published. Required fields are marked *