ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର

Spread the love

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଗଡ଼ ପଳାଶୁଣୀ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର। ଗୁରୁତର ଚାଷୀ ହେଲେ ସେହି ଗ୍ରାମର ଦୟାନିଧି ସିଂ। ସୂଚନା ଅନୁଯାୟୀ, ସେ ଚାଷ ଜମିକୁ ଯିବା ବାଟରେ ସୌଚ ହେଉଥିବା ବେଳେ ଗୋଟିଏ ଦନ୍ତା ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ତେବେ ସ୍ଥାନୀୟ ଲୋକେ ଦୟାନିଧିଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହାତୀ ଆକ୍ରମଣରେ ତାଙ୍କ ଗୋଡ଼ ହାତ ଓ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *