୭ ଲକ୍ଷ ସହ ଦୁଇ ଲୁଟେରା ଗିରଫ

Spread the love

ପୁରୀ: ବଳଙ୍ଗା ପୋଲିସକୁ ସଫଳତା। ଦଶହରା ପୂର୍ବରୁ ସାଢ଼େ ସାତ ଲକ୍ଷ ଟଙ୍କା ସହ ଦୁଇ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ବଳଙ୍ଗା ପୋଲିସ। ବଳଙ୍ଗା ସାତଶଙ୍ଖ ରାସ୍ତାର ରୂପଦେଇପୁର ଠାରେ ଥିବା ଓଁ ଶକ୍ତି ପେଟ୍ରୋଲ ପମ୍ପରୁ ଗତ 27 ତାରିଖରେ ଲୁଟ କରିଥିଲେ ଦୁଇଜଣ ଲୁଟେରା। ପେଟ୍ରୋଲ ପମ୍ପ ପରିଚାଳକ ପ୍ରସନ୍ନ ମିଶ୍ରଙ୍କ ଅଭିଯୋଗ କ୍ରମେ ବଳଙ୍ଗା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦୁଇଜଣଙ୍କୁ ପୁରୀ ପେଣ୍ଟକଟା ଅଂଚଳରୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ସାତ ଲକ୍ଷ ପଚାଶ ହଜାର ଟଙ୍କା ଜବତ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପିପିଲି SDPO।

Leave a Reply

Your email address will not be published. Required fields are marked *