ବିଜେପି ପକ୍ଷରୁ ମହିଳାଙ୍କ ନ୍ୟାୟ ପ୍ରଦାନ ଦାବିରେ ଥାନା ଆଗରେ ଧାରଣା, ସେପଟେ ସରପଞ୍ଚଙ୍କୁ ଗିରଫ ଦାବିରେ ପଞ୍ଚ।ୟତ ସମିତି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଧାରଣା 

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ଜେଇ ନରେନ୍ଦ୍ର ମଲ୍ଲିକ ବିଲ୍ କରାଇଦେବାକୁ କହି ଜଣେ ହରିଜନ ମହିଳାଙ୍କୁ ଅସଦାଚରଣ କରିଥିବା ମାମଲାରେ ପୁଲିସ୍ ପୀଡିତାଙ୍କ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନନେବା ଓ ମାମଲା ରୁଜୁ ନକରିବା ଘଟଣାରେ ଧାମନଗର ବ୍ଲକ୍ ବିଜେପି ପକ୍ଷରୁ ଧାମନଗର ଥାନା ଆଗରେ ମହିଳାଙ୍କୁ ସମୁଚିତ ନ୍ୟାୟ ପ୍ରଦାନ ନିମନ୍ତେ ତଥା ପୁଲିସ୍ ପ୍ରଶାସନ ନିରପେକ୍ଷତା ଅବଲମ୍ବନ ଦାବିରେ ଆଜି ଧାମନଗର ଥାନା ଆଗରେ ଗଣଧାରଣାରେ ବସିଛି । ସେପଟେ ସେହି ଗୋଟିଏ ଘଟଣାର ଧାମନଗର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ଦୋବଲ ପଞ୍ଚ।ୟତର ସରପଞ୍ଚ ଅଶୋକ ପଣ୍ଡା ଓ ସମିତି ସଭ୍ୟାଙ୍କ ସ୍ୱାମୀ ସଞ୍ଜିତ ସାହୁ ମାଡ ମାରିବା ଅଭିଯୋଗରେ ସେ ଦୁଇଜଣଙ୍କୁ ଗିରଫ ଦାବିରେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନର ଡାକରା ଦେଇ ଧାମନଗର ପଞ୍ଚ।ୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଏହି ଦୁଇଟି ଘଟଣାକୁ ନେଇ ଧାମନଗର ଏବେ ଧୀରେ ଧୀରେ ଅଶାନ୍ତ ହେବାକୁ ଲାଗିଛି । ତେବେ ଧାମନଗର ପୁଲିସ୍ କନିଷ୍ଟ ଯନ୍ତ୍ରୀଙ୍କ ଅଭିଯୋଗ ରୁଜୁ କରିଥିବାବେଳେ କାହିଁକି ଦୋବଲ ପଞ୍ଚାୟତର ହରିଜନ ମହିଳା ପାଞ୍ଚ।ଳି ଜେନା କନିଷ୍ଟ ଯନ୍ତ୍ରୀ ନାମରେ ଅସଦାଚରଣ ଅଭିଯୋଗ ଆଣିଥିବାବେଳେ ପୁଲିସ୍ କାହିଁକି ମାମଲା ରୁଜୁ କରିନାହିଁ, ତାକୁ ନେଇ ବିଜେପି ଦାବି କରିବା ସହ ଅହୋରାତ୍ର ଧାରଣା ଦେଇଛି । ଯାହାକୁ ନେଇ ଧାମନଗରରେ ରାଜନୈତିକ ବାତାବରଣ ଜୋର ଧରିଛି । ପୁଲିସ୍ ଆଗାମୀ ଦିନରେ ସଠିକ୍ ତଦନ୍ତ ନକରିବ, ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି ନେତା ଅଶୋକ ପୁହାଣ, ମନୋଜ ମଲ୍ଲିକ, ଅରବିନ୍ଦ ପତି, କୈଳାସ ମହାପାତ୍ର, ରାମଚନ୍ଦ୍ର ମିଶ୍ର, ଦୀପ୍ତିରଂଜନ ଜେନା, ରାଜେଶ ବେହେରା, ସେକ୍ ହମିଦ, ଚର୍ତୁଭୁଜ ନାୟକ ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଆକ୍ରମଣ କରିଥିବା ସରପ ଓ ସମିତି ସଭ୍ୟା ସ୍ୱାମୀଙ୍କୁ ଗିରଫ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ୍‌ର କଲମ ଛାଡ ଅନ୍ଦୋଳନ ଜାରି ରହିବ ବୋଲି ବ୍ଲକ୍‌ର କର୍ମଚାରୀମାନେ ମଧ୍ୟ ଧମକ ଦେଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ବ୍ଲକ୍‌କୁ ଆସୁଥିବା ଦୂର ଦୂରାନ୍ତରୁ ଲୋକମାନେ ହଇରାଣ ହେଉଥିବାବେଳେ ସେପଟେ ବିଜେପି ଥାନା ସମ୍ମୁଖ ରାସ୍ତା ପାଶ୍ୱର୍ରେ ଧାରଣାରେ ବସିବା ଦ୍ୱାରା ଯାନବାହନ ଓ ସାଧାରଣ ଲୋକ ଆତଯାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲା ପ୍ରଶାସନ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *