୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ବେକାରୀ ସମସ୍ୟାରେ ଯୁଝୁଛି ଯୁବଶକ୍ତି। ଆଉ ଏତିକିବେଳେ ବର୍ଷକ ଭିତରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବାକୁ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ସମଗ୍ର ଦେଶରେ ୫୦ଟି ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବିକଶିତ ଭାରତ ନିର୍ମାଣର ସାରଥୀ ଅଟନ୍ତି ଯୁବଶକ୍ତି। ଏକବିଂଶ ଶତାବ୍ଦୀରେ ମେକ୍ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଦେଶର ବଡ଼ ମହତ୍ତ୍ୱାକାଙ୍କ୍ଷୀ ମିଶନ ରହିଛି। ପିଏମ ମୁଦ୍ରା ଯୋଜନାରେ ୭୦ ପ୍ରତିଶତ ମହିଳା ହିତାଧିକାରୀ ସାଜିଛନ୍ତି। ଚଳିତ ବର୍ଷ ୮ କୋଟି ମହିଳା ଏସଏଚଜି ଗ୍ରୁପ ସାମିଲ୍ ହୋଇଛନ୍ତି। ଗଲା ୮ ବର୍ଷରେ ଭାରତ ସବୁଠୁ ବୃହତ୍ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଛି। ମୁଦ୍ରାସ୍ଫୀତି, ବେରୋଜଗାରୀ ଅନେକ ବଡ଼ ରାଷ୍ଟ୍ରର ଅର୍ଥନୀତିକୁ ଦୋହଲାଇଦେଇଛି। ସେଥିଲାଗି ଶହେ ବର୍ଷର ସଙ୍କଟ ଶହେ ଦିନରେ ଦୂର ହୋଇପାରିବନି। ଗଲା ୮ ବର୍ଷ ଭିତରେ ୮୦ ହଜାର ଷ୍ଟାର୍ଡଅପ ଛିଡ଼ା ହୋଇଛି। ୮ ବର୍ଷ ଭିତରେ ରୋଜଗାର ସୃଷ୍ଟି ଲାଗି ଅନେକ ପଦକ୍ଷେପ ନେଇଛୁ। ଆଉ ରୋଜଗାର ମେଳା ତାହାର ଏକ ଅଂଶବିଶେଷ ବୋଲି କହିଛନ୍ତି ମୋଦି।

ସେପଟେ ନିଯୁକ୍ତି ପତ୍ର ପାଇଥିବା ଅନେକ ଆଶାୟୀ ଏହାକୁ ନେଇ ଖୁସି ଜାହିର କରିଛନ୍ତି। ସରକାରୀ ଚାକିରୀ ପାଇବା ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି। ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି, ରେଲଓ୍ୱେ ରିକ୍ର୍ୟୁଇଟମେଣ୍ଟ ବୋର୍ଡ ଭଳି ଏଜେନ୍ସି ଜରିଆରେ ହୋଇଥିବାରୁ ଏଥରେ ସ୍ୱଛତା ଅବଲମ୍ୱନ ହୋଇଥିବା କହିଛନ୍ତି।

ସେପଟେ ମୋଦିଙ୍କ ଏଭଳି ନିଯୁକ୍ତି ମେଳାକୁ ନେଇ ଭାରତ ଯୋଡ଼ଯାତ୍ରାର ପ୍ରଭାବ ବୋଲି କହିଛି କଂଗ୍ରେସ। ଏହା ସହ ମୋଦିଙ୍କୁ ଜୁମଲା କିଙ୍ଗ୍ କହିବା ସହ ୮ ବର୍ଷ ଭିତରେ ୧୬ କୋଟି ଚାକିରୀ କେବେ ଦେବ, ତାହାର ଦିନ, ତାରିଖ ଓ ମାସର ହିସାବ ମାଗିଛି। ୩୦ ଲକ୍ଷ ସରକାରୀ ଚାକିରୀ କେବେ ଦେବ ବୋଲି ପଚାରିଛି।

ବର୍ଷକ ଭିତରେ ସରକାରୀ ଚାକିରୀରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ କଥା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏପଟେ ବର୍ଷକୁ ଦୁଇ କୋଟି ନିଯୁକ୍ତିର ହିସାବ ମାଗିବା ସହ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାରେ ଭୟଭୀତ ମୋଦି ଏଭଳି ଚାକିରୀ ଦେବାକୁ ଆଗେଇ ଆସିଥିବା କହି ଶ୍ରେୟ ନେବାକୁ ଆଗେଇଆସିଛି କଂଗ୍ରେସ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *