ଭୁଲ ଇଞ୍ଜେକସନ ପାଇ ଯୁବକ ମୃତ୍ୟୁ

Spread the love

ରାୟଗଡା: ଭୁଲ ଇଞ୍ଜେକସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗ୍ରାମରେ। ମୃତ ଯୁବକ ଜଣଙ୍କ ହେଲେ ପ୍ରଶାନ୍ତ କୌଶଲ୍ୟା। ପ୍ରଶାନ୍ତଙ୍କର ପ୍ରଥମେ ମୁଣ୍ଡ ବ୍ୟଥା ସହ ପେଟ ଯନ୍ତ୍ରଣା ହୋଇଥିଲା। ସେ ପରିବାର ଲୋକଙ୍କୁ ଜଣାଇଥିଲେ ଏହାପରେ ତାଙ୍କୁ ଜେକେପୁର ସ୍ଥିତ ବି.ଏ ରାଓ ନନ୍ଦୁବାବୁ କ୍ଲିନିକକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଦୁଇଟି ଇଂଜେକସନ ଦିଆଯାଇଥିଲା। କିନ୍ତୁ ଘରକୁ ଯିବା ପରେ ତାଙ୍କର ବାନ୍ତି ହେବ ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ  ପରିବାର ପକ୍ଷରୁ ଭୁଲ ଇଂଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ସହ ସେହି କ୍ଲିନିକ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *