ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ଛାତ୍ରଛାତ୍ରୀ

ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସୋହେଲା ବ୍ଲକ ବ୍ରାହ୍ମଣଡିହି ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିଦ୍ୟାଳୟର ଶିକ୍ଷକଙ୍କୁ ଅସୁସ୍ଥ ଥିବା ନେଇ ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସୋହେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପାଞ୍ଚରୁ ଦଶ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନରେ କିଛି ବିଶାକ୍ତ ଜିନିଷ ପଡିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *