MKCG ମେଡିକାଲରେ ଉତ୍ତେଜନା

Spread the love

ଗଞ୍ଜାମ: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭାବନୀୟ ଘଟଣା। ମେଡିକାଲର ହାଉସ ସର୍ଜନ ଡାକ୍ତର ଓ ନର୍ସ ଧସ୍ତାଧସ୍ତି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି। ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ କାର୍ଯ୍ୟରତ ନର୍ସମାନେ ଜଣେ ରୋଗୀଙ୍କ ଶର୍କରା ପରୀକ୍ଷା ନକରିବାରୁ ଉତ୍ତେଜନା ଦେଖାଦେଇଛି। ଯାହାକୁ ନେଇ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଜମା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜି ଥିଲା।  ଏନେଇ ନର୍ସଙ୍କ ଧାରଣା ଜାରି ରହିଛି। ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *