ସ୍କୁଲ ଗେଟରେ ପଡିଲା ତାଲା

କେନ୍ଦ୍ରାପଡା: ଶିକ୍ଷା ବିଭାଗ ଉପରେ ଅସନ୍ତୁଷ୍ଟ ହୋଇ ସ୍କୁଲ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ସମୟରେ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷା ଥିବାବେଳେ, କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଶ୍ୟାମ ସୁନ୍ଦରପୁର ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇଛନ୍ତି। ଶିକ୍ଷକ ନିରଞ୍ଜନ ମଲ୍କିକ ଗତ 28 ତାରିଖରେ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହୋଇଥିଲେ। ତେବେ ଶିକ୍ଷକଙ୍କ ବଦଳି କୁ ଛାତ୍ରଛାତ୍ରୀ ବିରୋଧ କରିବା ସହ ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ପୁନର୍ବାର ବିଦ୍ୟାଳୟକୁ ଅଣାନଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଗେଟରେ ତାଲା ପଡିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।
ସେପଟେ ଛାତ୍ରଛାତ୍ରୀଙ୍କ ତାଲା ପକାଇବା ଘଟଣାକୁ ସ୍କୁଲ କମିଟି ସମର୍ଥନ କରିଛି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। ସ୍ଥାନୀୟ କ୍ଲଷ୍ଟର ଲିଡର ଛାତ୍ରଛାତ୍ରୀଙ୍କୁ ସ୍କୁଲ ତାଲା ଖୋଲିବା ପାଇଁ ନିବେଦନ କରିଥିଲେ ବି କିଛି ଲାଭ ହୋଇନି।
ତେବେ କେବେ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।