ଜେଲ୍ ଯିବେ ପାଣ୍ଡିଆନ!

Spread the love

ଫାଇଭ-ଟି ନାଁରେ ଖଣିଖାଦାନ ଲୁଟ୍ କଲ। ରାଜକୋଷକୁ ଲୁଟିଲ। ଏତେ ସବୁ କରି କୁଆଡ଼େ ଖସିଯିବ। ରାଜନୀତିରୁ ସନ୍ୟାସ ଘୋଷଣା କରିଦେଇ ଖସିପାରିବେନି ପାଣ୍ଡିଆନ୍। ଜେଲ୍ ଯିବାକୁ ହେବ। ଏଭଳି ଶବ୍ଦରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ବରଗଡ଼ ଜିଲ୍ଲ ଅତାବିରାରେ ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇ ଚାଷୀଙ୍କ ସମସ୍ୟା ବୁଝିବା ସହ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ। ଏଣିକି ବିନା କଟନିଛଟନିରେ ଚାଷୀଙ୍କ ଧାନ ଉଠିବ। କ୍ୱିଣ୍ଟାଲ ପିଛା ଏମଏସପି ୩୧ଶହ ଟଙ୍କା ମିଳିବ ବୋଲି କଥା ଦେଇଥିଲେ ପ୍ରଦୀପ।

 ବରଗଡ ଆରଏମସି ମାର୍କେଟ ୟାର୍ଡରେ ଧାନକିଣାବିକାର ସମୀକ୍ଷା କରିଥିଲେ ପ୍ରଦୀପଙ୍କ ସମେତ ଅତାବିରା ବିଧାୟକ ନିହାର ମହାନନ୍ଦ। ମଣ୍ଡିରେ ପଡ଼ିଥିବା ଧାନକୁ ଅତିଶୀଘ୍ର ଉଠାଇବାକୁ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *