ତୁଳସୀପଲ୍ଲୀ ନୂଆଗାଁରେ ପାନୀୟ ଜଳ ସଙ୍କଟ 

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ତୁଳସୀପଲ୍ଲୀ ନୂଆଗାଁରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ମହିଳା ମାନେ ୩ କି.ମି. ଚାଲି ଚାଲି ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଏଣୁ ଅଂଚଳବାସୀଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏଠାରେ ପାନୀୟ ଜଳ ବ୍ୟବସ୍ଥା କରାନଗଲେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହିଭଳି ଗଞ୍ଜାମ ଜିଲ୍ଲାର ଅନେକ ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ଏଣେ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର -୨୦୨୨ର ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ମିଳିଥିବା ହାସ୍ୟାସ୍ପଦ ଘଟଣା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *