ଭାରତ-ବାଂଲାଦେଶ ମଧ୍ୟରେ ୭ ଚୁକ୍ତିନାମା ସ୍ବାକ୍ଷର

Spread the love

ନୂଆଦିଲ୍ଲୀ:  ଭାରତ-ବାଂଲାଦେଶ ମଧ୍ୟରେ ୭ ଟି ପ୍ରମୁଖ ପ୍ରସଙ୍ଗକୁ ନେଇ ହୋଇଛି ଚୁକ୍ତିନାମା। ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ୩ ବର୍ଷ ପରେ ପୁଣି ଥରେ ଭାରତ ଗସ୍ତରେ ଆସି ଖୁସି ବ୍ୟକ୍ତ କରିଛନ୍ତି ହସିନା । ସେପଟେ ମୋଦି କହିଛନ୍ତି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସାହାଯ୍ୟ କରିବାକୁ ଭାରତ ପ୍ରତିଶୃତିବଦ୍ଧ।

ବିକାଶ ପାଇଁ ସମ୍ପର୍କ ମଜବୁତ କରିବାକୁ ହୋଇଛି ମିଳିତ ପ୍ରୟାସ। ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ଏମଓୟୁ ସ୍ୱାକ୍ଷର ହୋଇଛି । ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହୋଇଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଖ ହସିନା। ଭାରତର ଜଳ ଶକ୍ତି ମନ୍ତ୍ରଣାଳୟ ଓ ବାଂଲାଦେଶ ମଧ୍ୟରେ ଚୁକ୍ତିନାମା, ଦୁଇ ଦେଶର ରେଲଓ୍ୱେ ବିଭାଗର ସଂଯୋଗୀକରଣ ସହ IT  ସିଷ୍ଟମ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପ୍ରସାର ଭାରତୀ ଓ ବାଂଲାଦେଶ ଟିଭି ସହ ବିଜ୍ଞାନ କ୍ଷେତ୍ରରେ ସିଏସଆଇଆର ଓ ବାଂଲାଦେଶ ମଧ୍ୟରେ ଚୁକ୍ତି ହୋଇଛି।

ଆଜାଦୀର ଅମୃତ ମହୋତ୍ସବ ପୂର୍ତ୍ତି ଅବସରରେ ଭାରତକୁ ଶୁଭେଚ୍ଚା ଜଣାଇଛନ୍ତି ହସିନା। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ବାଂଲାଦେଶ ମଧ୍ୟରେ ସବୁବେଳେ ସୁସମ୍ପର୍କ ରହିଆସିଛି। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସାହାଯ୍ୟ କରିବାକୁ ଭାରତ ପ୍ରତିଶୃତି ବଦ୍ଧ।

୪ ଦିନିଆ ଭାରତ ଗସ୍ତରେ ଆସିଥିବା ହସିନାଙ୍କୁ କରାଯାଛି ଭବ୍ୟ ସ୍ୱାଗତ। ତେବେ ଭାରତ ଓ ବାଂଲାଦେଶ ମଧ୍ୟରେ କରାଯାଇଥିବା ଏହି ଚୁକ୍ତିନାମା ଆଗକୁ ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ।

ଲିପସା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *