ପଲାମୁରେ ୧୪୪: ୪-୫ ଜଣରେ ପାଳିତ ହେବ ଶିବରାତ୍ରୀ

Spread the love

ରାଞ୍ଚି: ଝାରଖଣ୍ଡରେ ପଲାମୁ ଜିଲ୍ଲା ଅନ୍ତର୍ଗତ ପାଙ୍କି ଅଞ୍ଚଳରେ ମହାଶିବରାତ୍ରୀ ପୂର୍ବରୁ ଜାରି ହେଲା ଧାରା ୧୪୪। ତୋରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତପାତ ପରେ ପ୍ରଶାସନ ନେଇଛି ଏହି ପଦକ୍ଷେପ। ସେପଟେ, ସ୍ଥିତିକୁ ଦେଖି ଶୁକ୍ରବାର ମୁସଲମାନଙ୍କ ନମାଜ ପାଠ ସିମିତ ଲୋକଙ୍କୁ ନେଇ ହୋଇଥିବା ବେଳେ ପ୍ରଶାସନ ଭଗବାନ ଶିବଙ୍କ ଯାତ୍ରାକୁ ରଦ୍ଦ କରିଦେଇଛି। ଏମିତି କି, ଶିବରାତ୍ରୀରେ ୪-୫ ଜଣଙ୍କୁ ନେଇ ପୂଜାବିଧି ପାଇଁ ଅନୁମତି ମିଳିଛି। ଅନ୍ୟପଟେ ରକ୍ତପାତ ଘଟଣାରେ ୪୦ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ଓ ୧୧ ଜଣଙ୍କୁ ପୁଲିସ ଗିରଫ କରିସାରିଛି।

ପଲାମୁ ଆଇଜି ରାଜକୁମା ଲକଡା କହିଛନ୍ତି କି, ଦୁଇ ସମୂଦାୟଙ୍କ ସହ ଆଲୋଚନା ସକାରାତ୍ମକ ହୋଇଛି। ସ୍ଥିତିକୁ ସନ୍ତୁଳିତ ରୂପେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଦିନେ ଦୁଇ ଦିନରେ ସ୍ଥିତି ସାମାନ୍ୟ ହୋଇଯିବ ବୋଲି ଆଶା କରାଯାଉଛି। ମାମଲାରେ ୪୦ ଜଣଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଥିବା ବେଳେ ୧୧ ଜଣଙ୍କୁ ହଜାତକୁ ନିଆଯାଇଛି।

ସୂଚନାଯୋଗ୍ୟ, ପାଙ୍କିର ରାହେବୀର ପାହାଡ ଉପରେ ଥିବା ଶିବ ମନ୍ଦିରରେ ପ୍ରତିବର୍ଷ ମହାଶିବରାତ୍ରୀ ଧୂମଧାମରେ ପାଳନ କରାଯାଏ। ଶିବରାତ୍ରୀ ପାଳନ ପାଇଁ ଚାଲିଥିବା ପ୍ରସ୍ତୁତି ବେଳେ ମଙ୍ଗଳବାର ସଂଧ୍ୟାରେ କିଛି ତୋରଣ ତିଆରି ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡାର ସୂତ୍ରପାତ ହୋଇଥିଲା। ଯାହା ବୁଧବାର ଉଗ୍ର ରୂପ ନେଇଥିଲା। ପରସ୍ପର ପରସ୍ପର ଉପରେ ପଥର ମାଡ କରାଯାଇଥିଲା।

କିଛି ଅସାମାଜିକ ତତ୍ତ୍ବ ବହୁ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇ ପୁଲିସ ଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେବା ବେଳେ ପୁଲିସର ଦୁଇ ଗାଡିରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ। ଏହି ଘଟଣାରେ ପୁଲିସର ୪-୫ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। 

Leave a Reply

Your email address will not be published. Required fields are marked *